ଆଜି ତାଣ୍ଡବ ରଚାଇପାରେ ଘୂର୍ଣ୍ଣିଝଡ଼ ‘ଫୋନି’, ଏନଡିଆରଫ-ତଟରକ୍ଷୀ ବାହିନୀ ପ୍ରସ୍ତୁତ

0 289

ଭୁବନେଶ୍ୱର: ସାମୁଦ୍ରିକ ଝଡ ‘ଫୋନି’ ସୋମବାର ସନ୍ଧ୍ୟାରେ ଆହୁରି ଭୟଙ୍କର ରୂପ ନେଇଛି । ଭାରତୀୟ ପାଣିପାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଫୋନି ଉପକୂଳକୁ ଛୁଇଁବ । ତେଣୁ ମୁକାବିଲା ପାଇଁ ଏନଡିଆରଫ ଓ ତଟରକ୍ଷୀ ବାହିନୀ ପ୍ରସ୍ତୁତ ଅଛନ୍ତି ।
ପୂର୍ବରୁ ଆଶା କରାଯାଉଥିଲା ଯେ ବାତ୍ୟାର ପ୍ରଭାବରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ଘଟିବ । କିନ୍ତୁ ଏବେ ଏହା ତାମିଲନାଡୁ ତୁଳନାରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଅଧିକ ବିପଦ ଦେଖାଯାଇଛି । ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି, ମଙ୍ଗଳବାର ଏହି ବାତ୍ୟା ଭୟଙ୍କର ରୂପ ନେଇପାରେ ।
ସମ୍ଭାବିତ ବାତ୍ୟା ଓ ପରବର୍ତ୍ତୀ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପାଇଁ ସର୍ତକ ସୂଚନା ଜାରି କରାଯାଇଛି । ଯାହା ଆଶା କରାଯାଉଛି, ଆସନ୍ତା ମେ’ ମାସ ୧ରୁ ୩ ତାରିଖ ମଧ୍ୟରେ ବାତ୍ୟା ପ୍ରଭାବରେ ବର୍ଷା ହୋଇପାରେ । ତେଣୁ ଗଭୀର ସମୁଦ୍ର ଭିତରକୁ ପ୍ରବେଶ ନ କରିବା ପାଇଁ ମତ୍ସଜୀବୀ ମାନଙ୍କୁ ବାରଣ କରାଯାଇଛି ।
ଓଡିଶାର ଉପକୂଳକୁ ବାତ୍ୟା ସ୍ୱର୍ଶ କରିବା ପୂର୍ବରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଆୟୋଜିତ ବୈଠକରେ ସୋମବାର ପ୍ରଶାସନିକ ଅଧିକାରୀଙ୍କ ସହିତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଖୋର୍ଦ୍ଧା, ଗଂଜାମ, ପୁରୀ ଓ କେନ୍ଦ୍ରପଡା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ସମ୍ଭାବିତ ବାତ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନଜର ରଖିଛନ୍ତି ।

Leave A Reply

Your email address will not be published.