ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଅରବିନ୍ଦ୍ର କେଜରିୱାଲ!

0 538

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ୨୦୧୯କୁ ନେଇ ସମସ୍ତ ରାଜନୈତିକ ଦଳମାନେ ନିଜ-ନିଜ ହିସାବରେ ଦାବି ଉପସ୍ଥାପନ କରୁଛନ୍ତି । ମାତ୍ର ଭାରତୀୟ ଜନତା ପାର୍ଟି ବ୍ୟତୀତ ଅନ୍ୟ କୌଣସି ଦଳ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ଦାବି ଉପସ୍ଥାପନ କରି ପାରିନାହାନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ନିଜର ନିର୍ବାଚନୀ ଭାଷଣରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ଦାବିଦାର କରୁଥିବା ଦେଖାଯାଇଛି ।

ଆମ ଆଦମୀ ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି । ସେ ଅଭିଯୋଗ କରି କହିଛନ୍ତି, ବିଜେପି ଏବଂ କଂଗ୍ରେସ ଜାତୀୟ ରାଜଧାନୀ ପାଇଁ କିଛି କରି ନାହାନ୍ତି । ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରି ବି ଦିଲ୍ଲୀର ଲୋକେ କିଛି ପାଇ ନାହାନ୍ତି । ଓଖଲା ଠାରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ କେଜରିୱାଲ କହିଛନ୍ତି, ମୋଦୀ ବିଭିନ୍ନ ସଂପ୍ରଦାୟକୁ ଗୋଟିଏ ଅନ୍ୟର ବିରୋଧରେ ଛିଡ଼ା କରୁଛନ୍ତି । ଲୋକେ ପୁଣି ଥରେ ମୋଦୀଙ୍କୁ ଫେରାଇ ଆଣି ଭୁଲ ନ କରନ୍ତୁ ବୋଲି କେଜରିୱାଲ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦୀ ଆମ ସମାଜରେ ସାଂପ୍ରଦାୟିକତା ସଦଭାବକୁ ନଷ୍ଟ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ପୋଲିସର ଦାୟିତ୍ୱ ଆମକୁ ଦିଅନ୍ତୁ ଏବଂ ଆପଣ (ପ୍ରଧାନମନ୍ତ୍ରୀ) ପାକିସ୍ତାନକୁ ଦେଖନ୍ତୁ । ଆପଣ ପାକିସ୍ତାନକୁ ଦେଖିପାରୁ ନାହାନ୍ତି, ଆପଣ କେମିତି ଦିଲ୍ଲୀ ପୋଲିସକୁ ଦେଖିପାରିବେ?

Leave A Reply

Your email address will not be published.