ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି

0

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ସେ ପ୍ରଥମେ  ଏମ.ଭି-୮୮ସ୍ଥିତ ବି.ଏସ.ଏଫ୍‍. କ୍ୟାମ୍ପ, ମୋଟୁସ୍ଥିତ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ କ୍ୟାମ୍ପ ସହ ବିଭିନ୍ନ ଥାନା ପରିଦର୍ଶନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ମାଓ ଗତିବିଧି ଉପରେ ଆଲୋଚନା କରିଛନ୍ତି ।

ଏହାପରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ୍‍ ପଏଣ୍ଟ ଗସ୍ତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ
ପାଇଁ କରାଯାଇଥିବା ବ୍ୟବସ୍ଥା ସହ ପୁଲିସର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ମଧ୍ୟ କରିଥିଲେ । ଏଥିସହ କାଲିମେଳା ବି.ଡି.ଓ ଉମା ଶଙ୍କର ଦଳାଇ ଓ ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ସହ ପ୍ରବାସୀଙ୍କ ସୁବିଧା ପାଇଁ କି କି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ପଚାରି ଡି.ଜି. ବୁଝିଥିଲେ । ଏଥିସହ ସୀମନ୍ତ ଯାଚଂ ପଏଂଟରେ କାର୍ଯ୍ୟରତ ପୋଲିସ ଅଧିକାରୀ, କର୍ମଚାରୀ ଓ ଗୃହରକ୍ଷୀ ବାହୀନୀଙ୍କ ସହ ମତ ବିନଧ୍ୟ ମଧ୍ୟ ସେ କରିଥିଲେ ।

ଗତ ୨ ବର୍ଷ ମଧ୍ୟରେ ପୋଲିସର କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିବା ସହ ସ୍ୱାଭିମାନ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଦ୍ୱାରା ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ଥଇଥାନ ନିତିର ସୁଯୋଗ ନେଇ ଆତ୍ମ ସମର୍ପଣ କରିବାକୁ ସେ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.