ପୁଲିସ ଅଧିକାରୀ ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିବାରୁ ଡାକ୍ତରମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି

0 5,242

ପୁରୀ- ପୁରୀ ସଦର ହସ୍ପିଟାଲ ଭିତରେ ପଶି ଗତକାଲି ଜଣେ ପୁଲିସ ଅଧିକାରୀ ଜନୈକ ଡାକ୍ତରଙ୍କୁ ଗୋଡାଇ ଗୋଡାଇ ପିଟିବାରୁ ଡାକ୍ତରମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସଦର ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଠିଆହୋଇ ଡାକ୍ତରମାନେ ରଥଟଣା ଦେଖୁଥିବା ସମୟରେ ଜଣେ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ କିଛି ପୁଲିସ କର୍ମଚାରୀ ଲାଠିଧରି ସେମାନଙ୍କୁ ଗୋଡାଇଥିଲେ ।

ତେବେ ସମ୍ପୃକ୍ତ ଡାକ୍ତରଜଣକ ଏହାର ପ୍ରତିବାଦ କରିବାରୁ ପୁଲିସର ମାଡ଼ ଓ ଗାଳିର ଶିକାର ହୋଇଥିଲେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଡାକ୍ତରମାନେ ଦାବି କରିଛନ୍ତି । ଖବରପାଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଅତିରିକ୍ତ ଏସ୍‍ପି ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ôଚ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନଥିବା ଜଣାପଡିଛି ।

Leave A Reply

Your email address will not be published.