ଇକୋ ରିଟ୍ରିଟ୍ ଇକୋ ରିଟ୍ରିଟ୍ ଆସୁଛି ନୂଆ ରୂପରେ । ଚିରାଚରିତ ଧାରାରେ ଏହା ସୀମିତ ନରହି ଏଥର କିଛି ନୂତନ ରୂପରେଖ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ସମୁଦ୍ରକୂଳ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ବିଳାସପୂର୍ଣ୍ଣ କଟେଜ୍ରେ ରାତ୍ରିଯାପନ ସହ ନିଆରା ଅନୁଭବ ନେଇ ଫେରିବେ ପର୍ଯ୍ୟଟକ । ଭିତରକନିକାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଇକୋ ରିଟ୍ରିଟ୍ ଅବସରରେ ଭାସମାନ ରେସ୍ତୋରାଁରେ ଜଳପାନ ଓ ମଧ୍ୟାହ୍ନ ଭୋଜନର ଅବସର ମିଳିବ । ସେହିପରି ପର୍ଯ୍ୟଟକମାନେ ଭାସମାନ ଅବସ୍ଥାରେ ଯୋଗ କରିବା ସହ ବାର୍ର ମଜା ମଧ୍ୟ ନେଇପାରିବେ ବୋଲି ପର୍ଯ୍ୟଟନ ବିଭାଗ ସୂତ୍ରରୁ ଜଣାପଡିଛି ।
ସୂଚନାଯୋଗ୍ୟ ଯେ କୋଣାର୍କସ୍ଥିତ ରାମଚଣ୍ଡୀ ବେଳାଭୂମିରେ ଇକୋ ରିଟ୍ରିଟ୍ର ସଫଳତା ପରେ ଚଳିତବର୍ଷ ୫ଟି ସ୍ଥାନରେ ଏହାର ଆୟୋଜନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।