ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ

0 501

ଭିକାରୀ ମୁକ୍ତ-ଏକାମ୍ରକ୍ଷେତ୍ର ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି । ଲିଙ୍ଗରାଜ ମନ୍ଦିର ଆଖାପାଖରେ ବୁଲୁଥିବା ଭିକାରୀମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ଏମାନଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ୩୫ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଆଶ୍ରୟସ୍ଥଳୀ ନିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରିକି ନିଜ
ପରିବାରକୁ ଫେରିବାକୁ ଚାହୁଁଥିବା ଭିକାରୀକୁ ସହାୟତା ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଉଛି ।

ସମାଜରେ  ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ କରାଯିବା ନିମେନ୍ତ ବିଏମ୍‍ସି ଏବଂ ବିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ଲିଙ୍ଗରାଜଙ୍କ ଐତିହ୍ୟ ପ୍ରକଳ୍ପର ଜମି ଅଧିଗ୍ରହଣ ନୋଡାଲ ଅଧିକାରୀ କମଲଜିତ୍‍ ଦାସ ଏହି ସୂଚନା ଦେଇଛନ୍ତି ।

ରାଜ୍ୟଧାନୀ ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମ୍‍ସି ପ୍ରୟାସ ଜାରି ରଖିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.