ଭୁବନେଶ୍ୱର . – ରାଜ୍ୟ ସରକାର ଗତ ୨୦୧୮-୧୯ ବର୍ଷରେ ଗ୍ରୀନ୍ ମହାନଦୀ ମିଶନ ଯୋଜନାରେ ମୋଟ୍ ଅଣଷଠି କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ୫୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୁଧବାରରେ ବିଧାନସଭାରେ ସୂଚନା ଦେଇଛନ୍ତି ।ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ମହାନଦୀ,
ଇବ୍, ତେଲ, ବ୍ରାହ୍ମଣୀ, ବୈତରଣୀ, ରୁଷିକୂଲ୍ୟା, ବଂଶଧାରା ଓ ଏହାର ଶାଖାନଦୀର ଉଭୟପାଶ୍ୱର୍ରେ ୧ହଜାର ୩୫ ହେକ୍ଟର ପରିମିତ ଅଞ୍ଚଳରେ ବନୀକରଣ କରାଯିବାର ପ୍ରସ୍ତାବ ରହିଛି ।
ସେହିପରି ୭୫ ହେକ୍ଟର ଝାଉଁ ଜଙ୍ଗଲ, ୨୦୩ ହେକ୍ଟର ଲଣ୍ଡା ପାହାଡ଼ରେ ବନୀକରଣ ଏବଂ ୭ ହଜାର
୭୬୩ ହେକ୍ଟର ଅଞ୍ଚଳରେ ଉଜୁଡ଼ା ଜଙ୍ଗଲରେ ବନୀକରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ୫୦ଲକ୍ଷ ଚାରା ହିତାଧିକାରୀଙ୍କୁ ନିଜସ୍ୱ ବଗିଚାରେ ବିନା ମୂଲ୍ୟରେ ରୋପଣ ପାଇଁ ଦିଆଯାଇଥିବା ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଉତ୍ତର ରଖିଛନ୍ତି ।