ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି-ଏତିକି ବଡ କରିପାରିବେ ମୂର୍ତ୍ତୀ, ଭୋଜି ବନ୍ଦ

0

କଟକ ମହାନଗର ନିଗମ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ମଣ୍ଡପରେ ପୂଜା କରିବାକୁ ନିଗମ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା କରାଯାଇଛି । ସେହିପରି ଭସାଣିରେ ଶୋଭାଯାତ୍ରା ମଧ୍ୟ ବାରଣ କରାଯାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶୋଭାଯାତ୍ରା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନ କରିବା ପାଇଁ କଡ଼ା କଟକଣା ଜାରି କରାଯାଇଛି । ଶିକ୍ଷାନୁଷ୍ଠାନରେ ମାତ୍ର ୨୦ ଜଣଙ୍କୁ ନେଇ ପୂଜା ଅନୁଷ୍ଠିତ ହେବ ବୋଲି ନିଗମ ପକ୍ଷରୁ କୁହାଯାଇଛି । ପୂଜା କମିଟି, କ୍ଲବ୍‍ ତଥା ଅନୁଷ୍ଠାନଗୁଡ଼ିକ ମଣ୍ଡପରେ ଗଣେଶ ପୂଜା କରିପାରିବେ । ଏଥିପାଇଁ ସେମାନେ ଡି.ସି.ପି କିମ୍ବା ତାଙ୍କ ଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ।

ମଣ୍ଡପରେ ମାତ୍ର ୭ ଜଣଙ୍କ ମଧ୍ୟରେ ପୂଜା ଆୟୋଜନ କରାଯାଇପାରିବ । ମଣ୍ଡପକୁ ତିନି ପାଶ୍ୱର୍ରୁ ବନ୍ଦ ରଖାଯିବ ଓ ଗୋଟିଏ ପାଶ୍ୱର୍ ଆଂଶିକ ଭାବେ ଖୋଲାଯିବ । ମୂର୍ତ୍ତି ଉଚ୍ଚତା ୪ ଫୁଟ ପର୍ଯ୍ୟନ୍ତ ହୋଇପାରିବ । ଭୋଜିର ଆୟୋଜନକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଗଣେଶ ପୂଜା ଆୟୋଜକ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ପରିଚାଳନା ନୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.