ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି ଚେନ୍ନାଇ ଜିଆଇ ଟ୍ୟାଗ ଅଫିସ୍ ପକ୍ଷରୁ ଏହି ସୂଚନା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ଏହି ବିବାଦ ଅଧିକ ହେବାରୁ ବିଭିନ୍ନ ପ୍ରାମାଣ ସହ ୨୦୧୮ ମସିହା ଫେବ୍ରୁଆରି ମାସରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇରେ ଥିବା ଜିଆଇ କାର୍ଯ୍ୟାଳୟରେ ବିଭିନ୍ନ ପ୍ରମାଣ ସହ ନଥିପତ୍ର ସହ ଦାଖଲ କରାଯାଇଥିଲା । ଜୁଲାଇ ୨୯ ତାରିଖ ୨୦୧୯ ମସିହାରେ ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳଥିବା ଜିଆଇ ଓ୍ବେବସାଇଟ୍ରେ ତଥ୍ୟ ପ୍ରକାଶ ପାଇଛି ।