ଭୁବନେଶ୍ୱର — ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକ ସରକାରୀ କାର୍ଯ୍ୟାଳୟକୁ ଯିବେନାହିଁ । ସବୁ କାରବାର ଅନ୍ଲାଇନରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସୋମବାରରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟ ସରକାରଙ୍କ ସବୁ ବିଭାଗ ମୋ ସରକାର ଅଧୀନରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଏପ୍ରିଲ ଏକ ତାରିଖରୁ ସମସ୍ତ ଭତ୍ତା ବ୍ୟାଙ୍କ ଜରିଆରେ ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।