ହାଇଦ୍ରାବାଦ.- ଅନେକ ଲୋକ ଭୁତକୁ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ଏଥିରେ ବିଶ୍ୱାସ କରନ୍ତି ନାହିଁ । ମାତ୍ର ଜଣେ ଜିଲାପାଳ ଏକ ସାକ୍ଷାତକାରରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାର ପ୍ରଥମ ମହଲାରେ ଭୁତ ରହୁଥିବା କଥା କହିବାପରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଏହାର ପ୍ରମାଣ ଦେବା ପାଇଁ କିଛି କଥା ମଧ୍ୟ କହିଛନ୍ତି । ଏକ କଥା ଓ୍ୱାରଙ୍ଗାଲର ଜିଲାପାଳ ଆମ୍ରପଲ୍ଲୀ କାଟା କହିଛନ୍ତି ।
ଓ୍ୱାରଙ୍ଗଲର ଜିଲାପାଳଙ୍କ ସରକାରୀ ବାସ ଭବନ ପ୍ରାୟ ୧୩୩ ବର୍ଷ ତଳେ ତିଆରି ହୋଇଥିଲା । ଏବେବି ସେଠାରେ ସରକାରୀ ବାସଭବନ ଭାବେ କାମ ହେଉଛି । ଆଗରୁ ଏଠାରେ ଜିଲାପାଳ ଭାବେ କାମ କରିଥିବା କିଛି ଲୋକ ସେଠାରେ କିଛି ଗୋଟେ ଶକ୍ତି ଥିବାର ଅନୁଭବ କରିଛନ୍ତି ଓ ତାଙ୍କୁ ଏ ବିଷୟରେ ସାବଧାନ କରିଥିଲେ ବୋଲି ସେ ଏକ ଓ୍ୱେବ ଚ୍ୟାନେଲକୁ ନିଜ ସାକ୍ଷାତକାରରେ କହିଥିଲେ । ୧୩୩ ବର୍ଷ ତଲେ ଜର୍ଜ ପାଲମର ନାମକ ମହିଳା ଏହି ଭବନ ତିଆରି ବେଳେ ଶୁଭ ଦେଇଥିଲେ । ସେ ସେତେବେଳର ଜଣେ ଯନ୍ତ୍ରୀ ବା ଇଂଜିନିୟରଙ୍କ ସ୍ତ୍ରୀ ଥିଲେ । ତାଙ୍କର ଆତ୍ମା ରହୁଥିବା କଥା ସେ ସନ୍ଦେହ କରିଛନ୍ତି । ଏଥିପାଇଁ ସେ ବଙ୍ଗଳରା ପ୍ରଥମ ମହଲାରେ କେହି ରହୁ ନାହାନ୍ତି । ସେଠାରେ ଷ୍ଟୋର ଘର ଥିଲା । ଏବେ ତାକୁ ସଫା କରାଯାଇଥିବା ଜଣା ପଡିଛି । ସେହି ବଙ୍ଗଳାର ଭାଙ୍ଗି ଯାଇଥିବାରୁ ଏବେ ତାକୁ ମରାମତି କରାଯାଉଛି । ତେବେ ଏହି କଥାକୁ ନେଇ ଏବେ ବିବାଦ ଦେଖାଦେଲାଣି ।