ବଢୁଛି ତାତି, କାଳ ବୈଶାଖୀ ସମ୍ଭାବନା

0 634

ଭୁବନେଶ୍ୱର.- ଚଳିତ ବର୍ଷ ଅଧିକ ଗରମ ହେବ । ବର୍ଷାର ପରିମାଣ ଅଗଷ୍ଟ ମାସ ମଧ୍ୟରେ କମିପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ମଝିରେ ମଢିରେ ପବନ ସହ କଳାହାଣ୍ଡିଆ ମେଘ ଓ ଘଡଘଡି ସହ ବର୍ଷା ହେବ । କାଳ ବୈଶାଖୀର ପ୍ରଭାବ ରହିବ । ପ୍ରଶାନ୍ତ ମହାସାଗର ଉପରେ ଏଲ୍‌ନିନୋ ବା ଗରମ ହାଓ୍ୱାର ପ୍ରଭାବ ରହୁଥିବାରୁ ଏଲ୍‌ ନିନୋ ର ପ୍ରଭାବ ରହୁଛି । ଏବେ ସ୍ୱାଭାବିକ ତାପାମାତ୍ରାଠାରୁ ୦.୫ରୁ ୧ ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ମୁମ୍ବାଇରେ ମଙ୍ଗଳବାରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା । ଓଡିଶାରା ମାଲକାନଗିରିରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ଟିଟିଲାଗଡରେ୩୯.୫ ଓ କଟକରେ ୩୮ ଡିଗ୍ରୀ ହୋଇଛି । ବୁଧବାର ଓ ଗୁରୁବାରରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ରାୟଗଡ଼ା, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମରେ  କାଳବୈଶାଖୀର ସମ୍ଭାବନା ରହିଛି ।  ୨୮ ତାରିଖରୁ ଗରମ ଅଧିକ ବୃଦ୍ଧି ପାଇବ ।

Leave A Reply

Your email address will not be published.