ମହାରାଷ୍ଟ୍ରରେ ପ୍ରବଳ ବର୍ଷା, ଭିନ୍ନ ଭିନ୍ନ ସ୍ଥାନରେ ୨୨ ମୃତ

0 644

ମୁମ୍ବାଇ: ମହାରାଷ୍ଟ୍ରରେ ମୌସୁମୀ ବର୍ଷାରେ ସେମାବାର-ମଙ୍ଗଳବାର ରାତି ଭିନ୍ନ ଭିନ୍ନ ସ୍ଥାନରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କେବଳ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୁନେ ଜିଲ୍ଲାରେ ୬ ଜଣ ଜୀବନ ହରାଇଛନ୍ତି । ପ୍ରବଳ ବର୍ଷାରେ କାନ୍ଥ ଗୁଡ଼ିକ ଦୁର୍ବଳ ହୋଇଯିବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୁମ୍ବାଇର ମଲାଡରେ କୁରାର ଗ୍ରାମ ଅଂଚଳରେ ସୋମବାର ରାତି କାନ୍ଥ ପଡ଼ିବାରୁ ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି । ଏନଡିଆରଏଫ ଓ ବିଏମସିର ବିପର୍ଯ୍ୟୟ ପରିଚାଳନା ଟିମ ଉଦ୍ଧାର କାଯ୍ୟରେ ଲାଗିଥିଲେ ।
ପୁନେର ସିଂହଗଡ଼ ଇଷ୍ଟିଚ୍ୟୁଟର କାନ୍ଥ ଭୁଶୁଡ଼ିବାରୁ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ଶ୍ରମିକ ଥିଲେ, ଯେଉଁମାନେକି ଚାଳଛପର ଘରେ ରହୁଥିଲେ । ମୃତକଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଛତିଶଗଡ଼ର ନିମାସୀ ଥିଲେ ।
ତୃତୀୟ ଘଟଣା କଲ୍ୟାଣରେ ଘଟିଛି । ଏଠାରେ ଏକ ସ୍କୁଲର କାନ୍ଥ ଭୁଶୁଡ଼ିବାର ୩ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ଆହତ ହୋଇଛନ୍ତି । ସୋମବାର ରାତି ୧୨ଟା ୩୦ରେ ଏହି ଘଟଣା ଘଟିଛି । ଉର୍ଦ୍ଦୁସ୍କୁଲର କାନ୍ଥ ଭୁଶୁଡ଼ି ନିକଟରେ ଥିବା ଘର ଉପରେ ପଡ଼ି ଯାଇଥିଲା ।

Leave A Reply

Your email address will not be published.