ଏଣିକି କେବଳ ବାଇକ୍‍ ଚାଳକ ନୁହନ୍ତି ବରଂ ଦୁଇଚକିଆ ଯାନ ଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‍ମେଟ୍‍ ପିନ୍ଧିବା ବାଧ୍ୟତାମୂଳକ

0 507

 

ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‍ମେଟ୍‍ ପିନ୍ଧିବା ବାଧ୍ୟତାମୂଳକ ଏଣିକି କେବଳ ବାଇକ୍‍ ଚାଳକ ନୁହନ୍ତି ବରଂ ଦୁଇଚକିଆ ଯାନ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‍ମେଟ୍‍ ପିନ୍ଧିବା ବାଧ୍ୟତାମୂଳକ ହେବ ।

 

ତେବେ ଯଦି ବାଇକ୍‍ରେ ଯାଉଥିବା ଦୁଇଜଣଙ୍କ ମଧ୍ୟରୁ କେହି ଜଣେ ବି ହେଲମେଟ୍‍ ପିନ୍ଧି ନଥାନ୍ତି ତେବେ ସମ୍ପୃକ୍ତ ଗାଡ଼ିଚାଳକଙ୍କ ଡ୍ରାଇଭିଙ୍ଗ୍‍ ଲାଇସେନ୍ସକୁ ବାତିଲ କରାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍‍ ଯୋଗେ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ଦୁଇଚକିଆ ଯାନର ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କ ହେଲମେଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ନହେଲେ ଲାଇସେନ୍ସ ବାତିଲ କରାଯିବା ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି । ନିଜ ସୁରକ୍ଷା ପାଇଁ ହେଲମେଟ ବ୍ୟବହାର କରିବାକୁ ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ସଂଶୋଧିତ ମୋଟର ଯାନ ଆଇନ୍‍ ୨୦୧୯ ଆଧାରରେ ଏହି ନିୟମକୁ ରାଜ୍ୟରେ କଡାକଡି ଭାବେ ଲାଗୁ କରାଯିବ ବୋଲି ରାଜ୍ୟ ପରିବହନ ନିଗମ ପ୍ରାଧିକରଣ-ଏସ୍‍.ଟି.ଏ. ପକ୍ଷରୁ ଆଜି ଟ୍ୱିଟ୍‍ କରି ସୂଚନା ପ୍ରଦାନ କରାଯାଇଛି ।

ପୂର୍ବରୁ କେବଳ ଗାଡ଼ି ଚାଳକମାନଙ୍କ ପାଇଁ ହେଲମେଟ୍‍ ବ୍ୟବହାର ବାଧ୍ୟତାମୂଳକ ଥିଲା । ମାତ୍ର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଘୋଷଣା କରିଥିଲେ ଯେ ମାର୍ଚ୍ଚ ୧ ରୁ ରାଜ୍ୟରେ ବାଇକ୍‍ ପଛରେ ବସୁଥିବା ବ୍ୟକ୍ତିଙ୍କର ହେଲ୍‍ମେଟ୍‍ ପିନ୍ଧିବା ବାଧ୍ୟତାମୂଳକ । ତିନିମାସ ପାଇଁ ଏଥିରେ ଦିଆଯାଇଥିବା କୋହଳ ସମୟସୀମା ଅବଧି ଶେଷ ହେବା ପରେ ୨୦୨୦ ମାର୍ଚ୍ଚରୁ ଏହି ନିୟମ ଲାଗୁ କରାଯିବା ଥିଲା । ମାତ୍ର କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇପାରି ନଥିଲା । ତେବେ ସମ୍ପ୍ରତି କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ମୋଟର ଯାନ ଆଇନକୁ କଡାକଡି ପାଳନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

ପୂର୍ବରୁ କେବଳ ବାଇକ୍‍ ଆରୋହୀ ହେଲ୍‍ମେଟ ନ ପିନ୍ଧିଲେ ୩ ମାସ ଲାଇସେନ୍ସ ବାତିଲ କରାଯିବାର ପ୍ରାବଧାନ ଥିଲା । ମାତ୍ର ବର୍ତ୍ତମାନ ବାଇକ୍‍ ଚାଳକ ସମେତ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‍ମେଟ ନ ପିନ୍ଧିଲେ ଚାଳକଙ୍କ ଲାଇସେନ୍ସ ବାତିଲ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.