ବଜାଜ ଫାଇନାନ୍ସ ସହିତ ଆପଣଙ୍କର ସଞ୍ଚୟ ସୁରକ୍ଷିତ ରହିବାର ୫ଟି କାରଣ

0

 

ଭୁବନେଶ୍ୱର : “ଏକ ଟଙ୍କା ସଞ୍ଚୟର ଅର୍ଥ ଏକ ଟଙ୍କା ଆୟ ” । ସେ ବରିଷ୍ଠ ନାଗରିକ ହୁଅନ୍ତୁ ବା ପ୍ରଥମ ଚାକିରୀ ଆରମ୍ଭ କରୁଥିବା କଲେଜ ଛାତ୍ର ହୁଅନ୍ତୁ ପ୍ରାୟତଃ ସମସ୍ତେ ଉପରୋକ୍ତ କଥାକୁ କେବେ ନା କେବେ ତାଙ୍କର ଜୀବନରେ ଶୁଣିଥିବେ । ଜୀବନର ବିଭିନ୍ନ ନିବେଶ ଲକ୍ଷ୍ୟ ସତ୍ତ୍ୱେ, ଅଧିକାଂଶ ବ୍ୟକ୍ତି ତାଙ୍କର ସଞ୍ଚୟ ଉପରେ ଆକର୍ଷଣୀୟ ରିଟର୍ଣ୍ଣ ଓ ସୁରକ୍ଷା ଚାହିଁଥାନ୍ତି । ଏହା ହିଁ ବଜାଜ ଫାଇନାନ୍ସ ଫିକ୍ସଡ ଡିପୋଜିଟ ପ୍ରଦାନ କରିଥାଏ ଯେଉଁଥିରେ ଆକର୍ଷଣୀ ସୁଧା ହାର ସହିତ ଜମାର ସୁରକ୍ଷା ମଧ୍ୟ ରହିଛି ।
ବଜାଜ ଫାଇନାନ୍ସ ଏଫଡି ସହିତ ୭.୨୫ % ପର୍ଯ୍ୟନ୍ତ ଆଶ୍ୱସ୍ତି ରିଟର୍ଣ୍ଣ ପାଆନ୍ତୁ
ନିକଟରେ ଆରବିଆଇ ଦ୍ୱାରା ବଜାରରେ ଲିକ୍ୟୁଡିଟିକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି, ରେପୋ ରେଟକୁ ଗତ ବର୍ଷ ଅନେକ ଥର ହ୍ରାସ କରାଯାଇଛି । ଏହା ଦ୍ୱାରା ଅଧିକାଂଶ ଫାଇନାନ୍ସକାରୀମାନଙ୍କ ଦ୍ୱାରା ଏଫଡି ସୁଧ ହାରରେ ହ୍ରାସ ହୋଇଛି । ଏହି କାରଣରୁ ବର୍ତ୍ତମାନ ଏଫଡି ହାର ମାତ୍ର ୪ରୁ ୬ ପ୍ରତିଶତ ରହିଛି । ବର୍ତ୍ତମାନ ବଜାର ଅବସ୍ଥାକୁ ତୁଳନା କଲେ ବଜାଜ ଫାଇନାନ୍ସ ଏଫଡି ସର୍ବାଧିକ (ଏଫଡି ସୁଧ ହାର ) ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଦାନ କରୁଛି ଯାହାକି ବଜାରରେ ପ୍ରାୟତଃ ସର୍ବାଧିକ ଅଟେ ।
ଅଣ ବରିଷ୍ଠ ନାଗରିକମାନେ ୭ ପ୍ରତିଶତ ସୁଧ ହାରରେ ଲାଭ ଉଠାଇ ପାରିବେ ଯେଉଁଥିରେ ବଜାଜ ଫିନସର୍ଭ ୱେବସାଇଟ ଜରିଆରେ ଅନଲାଇନରେ ନିବେଶ କ୍ଷେତ୍ରରେ ୦.୧୦ପ୍ରତିଶତର ଅତିରିକ୍ତ ସୁବିଧା ରହିଛି । ବରିଷ୍ଠ ନାଗରିକମାନେ ନିବେଶର ମାଧ୍ୟମ ନିର୍ବିଶେଷରେ ୭.୨୫ ପ୍ରତିଶତର ଆଶ୍ୱସ୍ତ ରିଟର୍ଣ୍ଣ ସହିତ ତାଙ୍କର ସଞ୍ଚୟକୁ ବୃଦ୍ଧି କରିପାରିବେ ।
ଏହି ଆକର୍ଷଣୀୟ ଏଫଡି ହାର ସହିତ ଆପଣ ଆପଣଙ୍କର ଜୀବନର ଆର୍ଥିକ ଲକ୍ଷ୍ୟକୁ ପୂରଣ କରିପାରିବେ, ତଥା ନିଜକୁ ସୁରକ୍ଷିତ ରଖିପାରିବେ । ଏଠାରେ ୫ଟି କାରଣ ପ୍ରଦାନ କରାଯାଇଛି ଯାହାକି ବର୍ତ୍ତମାନ ସମୟରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିକୁ ଏକ ନିରାପଦ ନିବେଶ ବିକଳ୍ପ ଭାବରେ ଉପସ୍ଥାପିତ କରିଥାଏ ।
୧. ସର୍ବାଧିକ ନିରାପତ୍ତା ରେଟିଂ : ବଜାଜ ଫାଇନାନ୍ସ ଏଫଡିର ସର୍ବାଧିକ ନିରାପତ୍ତା ରେଟିଂ ଏଫଏଏଏ କ୍ରିଜିଲ ଦ୍ୱାରା ଏମଏଏଏ ରେଟିଂ ଆଇସିଆରଏ ଦ୍ୱାରା ପ୍ରଦାନ କରାଯାଇଛି ଯାହା ସୁନିଶ୍ଚିତ କରିଥାଏ ଯେ, ଆପଣଙ୍କର ସଞ୍ଚୟ ନରାପଦ ଭାବରେ ବୃଦ୍ଧି ହୋଇଥାଏ ।
୨. ଗ୍ରାହକଙ୍କ ବିଶ୍ୱାସ : ୨,୫୦,୦୦୦ରୁ ଅଧିକ ଏଫଡି ଗ୍ରାହକଙ୍କର ବିଶ୍ୱାସ ଏହା ପ୍ରମାଣ କରିଥାଏ ଯେ ଆପଣଙ୍କର ଜମା ବଜାଜ ଫାଇନାନ୍ସ ଏଫଡି ସହିତ ସର୍ବଦା ସୁରକ୍ଷିତ ରହିଛି ।
୩. ଆକର୍ଷଣୀୟ ଡିପୋଜିଟ ବୁକ : ବଜାଜ ଫାଇନାନ୍ସର ଟଙ୍କା ୨୩, ୦୦୦ କୋଟିର ଆକର୍ଷଣୀୟ ଜମା ବହି ରହିଛି ପୁନଶ୍ଚ ଗ୍ରାହକଙ୍କ ବିଶ୍ୱାସକୁ ଦର୍ଶାଇଥାଏ ।
୪. ୦ ଅଣଦାବୀକୃତ ଜମା : ଏକମାତ୍ର ଏନବିଏଫସି ଯାହାଙ୍କର ୦ ଅଣଦାବୀକୃତ ଜମା ରହିଛି, ବଜାଜ ଫାଇନାନ୍ସ ଡିଫଲଟ-ମୁକ୍ତ ଅନୁଭବ ପ୍ରଦାନ କରିବା ସହିତ ସମୟ ଅନୁସାରେ ପେମେଣ୍ଟ କରିଥାଏ ।
୫. କମ୍ପାନୀର ଦୃଢ ପରିଚୟ : କୌଣସି ଏଫଡିରେ ନିବେଶ କରିବା ପୂର୍ବରୁ, ପ୍ରଥମେ କମ୍ପାନୀର ମାନକକୁ ଆକଳନ କରିବା ଆବଶ୍ୟକ ଓ ଏହାର କାର୍ଯ୍ୟକାରୀତା ବିଷୟରେ ବୁଝିନେବା ଉଚିତ ।

ଜାନୁଆରୀ ୨୦୨୧ରେ ପ୍ରକାଶିତ ତ୍ରୟମାସିକ ଫଳାଫଳ ଏହା ଦର୍ଶାଇଥାଏ ଯେ, ଏହାର ନେଟ ଲାଭରେ ବର୍ଷ ପରେ ବର୍ଷ ୧୫ ପ୍ରତିଶତର ସମନ୍ୱିତ ବୃଦ୍ଧି ଦେଖା ଦେଇଛି । ଉତ୍କୃଷ୍ଠ ଲାଭ, ବିକାଶ, ସମ୍ପତ୍ତିର ମାନ ଓ କ୍ୟାପିଟାଲ ଆଡିକ୍ୱେସି ଅନୁପାତ ସହିତ ଆପଣ ଆପଣଙ୍କର ଜମାର ସର୍ବାଧିକ ସୁରକ୍ଷାକୁ ସୁନିଶ୍ଚିତ କରିପାରିବେ ଯେତେବେଳେ ଆପଣ ଏହାକୁ ବଜାଜ ଫାଇନାନ୍ସ ଏଫଡି ସହିତ କରୁଛନ୍ତି ।

ଆପଣଙ୍କ ଜମା ଉପରେ ସର୍ବାଧିକ ସୁରକ୍ଷା ସହିତ, ବଜାଜ ଫାଇନାନ୍ସ ମଧ୍ୟ ଆପଣଙ୍କୁ ଆପଣଙ୍କର ଘରେ ରହି ବଜାଜ ଫାଇନାନ୍ସ ଅନଲାଇନ ଏଫଡି ମାଧ୍ୟମରେ ନିବେଶ କରିବାର ସୁଯୋଗ ପ୍ରଦାନ କରୁଛି । ଆପଣ ୧୨ ମାସରୁ ୬୦ ମାସ ପର୍ଯ୍ୟନ୍ତ ଅବଧିକୁ ବାଛି ପାରିବେ ଓ ନିବେଶ କରିବା ପୂର୍ବରୁ ଆପଣଙ୍କର ରିଟର୍ଣ୍ଣ ବିଷୟରେ ଏଫଡି ରିଟର୍ଣ୍ଣ କାଲକୁଲେଟର ଜରିଆରେ ମଧ୍ୟ ଜାଣିପାରିବେ ।
ଏହା ସହିତ ଯେଉଁମାନେ ମାସିକ ଭାବରେ ସଞ୍ଚୟକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି, ବଜାଜ ଫାଇନାନ୍ସ ସିଷ୍ଟେମାଟିକ ଡିପୋଜିଟ ପ୍ଲାନର ବିକଳ୍ପ ମଧ୍ୟ ପ୍ରଦାନ କରୁଛି । ଏହା ଉଦ୍ୟୋଗରେ ପ୍ରଥମ ସଞ୍ଚୟ ପ୍ଲାନ ଯାହାକି ଆପଣଙ୍କର ସଞ୍ଚୟକୁ ବ୍ୟାପକ ଭାବରେ ବୃଦ୍ଧି କରିଥାଏ ଯାହାକି ମାସିକ ଟ ୫୦୦୦ର ଜମାରୁ ଆରମ୍ଭ ।
ମାର୍କେଟ ଭୋଲାଟିଲିଟିରେ ବୃଦ୍ଧି ହେବା ସହିତ ବିଭିନ୍ନ ଆର୍ଥିକ ଲକ୍ଷ୍ୟ ପାଇଁ ଅର୍ଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ, ବଜାଜ ଫାଇନାନ୍ସ ଅନଲାଇନ ଏଫଡି ହେଉଛି ଏକ ଉତ୍କୃଷ୍ଟ ନିବେଶ ମାଧ୍ୟମ । ବଜାଜ ଫାଇନାନ୍ସ ଅନଲାଇନ ଏଫଡି ସହିତ ଏକ ସ୍ମାର୍ଟ ପସନ୍ଦ କରନ୍ତୁ ଓ ଆପଣଙ୍କର ସଞ୍ଚୟକୁ ନିରାପଦ ଭାବରେ ବୃଦ୍ଧି କରନ୍ତୁ ।

Leave A Reply

Your email address will not be published.