ହିନ୍ଦୁ ନବବର୍ଷ: ନାମ ଭିନ୍ନ ହୋଇଥିଲେ ବି ଚିନ୍ତାଧାରା ଏକ

0

ଭୁବନେଶ୍ୱର: ହିନ୍ଦୁ ନବବର୍ଷକୁ ବିଭିନ୍ନ ନାମରେ ପୁରା ଦେଶରେ ପାଳନ କରାଯାଇଥାଏ । ଉତ୍ତର ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ଚୈତ୍ର ନବରାତ୍ରର ଆୟୋଜନ ଆରମ୍ଭ ହୋଇଥାଏ । ଏବର୍ଷ କଳସ ସ୍ଥାପନାର ଶୁଭ ମୁହୁର୍ତ୍ତ ୬ ଏପ୍ରିଲ ସକାଳ ୬ଟା ୯ମିନିଟ ରୁ ପୂର୍ବାହ୍ଣ୧୦ଟା ୧୯ ପର୍ଯ୍ୟନ୍ତ ଅଛି । ହିନ୍ଦୁ ନବ ବର୍ଷ ଯଦି ଦେଶର ବିଭିନ୍ନ ଅଂଚଳରେ ପାଳନ ହୋଇ ଆସୁଛି, ଏହି ପର୍ବରକୁ ଭିନ୍ନ ଭିନ୍ନ ଅଚଂଳରେ ନିଜସ୍ୱ ରୁଚି ଅନୁସାରେ ନାମକରଣ କରାଯାଇଛି ।
ଗୁଡି ପର୍ବ:
ମହାରାଷ୍ଟ୍ର ଓ କୋଙ୍କଣ ରେ ଗୁଡି ପର୍ବ ପାଳନ ସହିତ ନୂଆ ବର୍ଷ ଆରମ୍ଭ ହୋଇଥାଏ । ଏହିପରି କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ‘ଯୁଗାଦି’ର ଆୟୋଜନ ହୋଇଥାଏ ।
ମେଷ ସଂକ୍ରନ୍ତି:
ସୋର କ୍ୟାଲେଣ୍ଡର ଅନୁସାରେ ମେଷ ସଂକ୍ରନ୍ତିରୁ ନୁଆ ବର୍ଷ ପାଳନ ହୋଇଥାଏ । ଯେଉଁ ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି, ସେହିଦିନ ଠାରୁ ନୂଆବର୍ଷ ଆରମ୍ଭ ହୋଇଥାଏ । ସାଧାରଣତଃ ଏହା ଏପ୍ରିଲ ୧୩ ରୁ ୧୫ ମଧ୍ୟରେ ହିଁ ପଡ଼ିଥାଏ ।
ବୈଶାଖୀ:
ବୈଶାଖୀ ଏକ ଚାଷ ଭିତ୍ତିକ ପର୍ବ । ପଂଜାବ ଓ ହରିୟାଣାରେ ଚାଷୀମାନେ ଫସଲ କାଟିବା ପରେ ଏହି ପର୍ବ ପାଳନ କରିଥାନ୍ତି । ବୈଶାଖୀ ଦିନ ଶିଖ ମାନଙ୍କର ଦଶମ ଗୁରୁ ‘ଗୁରୁ ଗୋବିନ୍ଦ ସଂହ’ ୧୬୯୯ରେ ପବିତ୍ର ଖାଲାସା ପଥ ସ୍ଥାପନା କରିଥିଲେ ।
ପ୍ରଥମ ବୈଶାଖ:
ବଙ୍ଗଳାରେ ପ୍ରଥମ ବୈଶାଖ ରୁପରେ ନୂଆ ବର୍ଷ ପାଳନ କରାଯାଇଥାଏ । ବୋହାଗ ବିହୁ, ଆସାମ ଓ ଉତ୍ତର ପୂର୍ବ ରାଜ୍ୟରେ ପାଳନ କରାଯାଉଥିବା ପ୍ରସିଦ୍ଧ ପର୍ବ ଅଟେ । ଏହାକୁ ରଙ୍ଗୋଲି ବିହୁ ବା ହିତ ବିହୁ ମଧ୍ୟ କୁହାଯାଏ ।
ବିଶୁ:
ବିଶୁ କେରଲର ପ୍ରାଚୀନ ପର୍ବ ଅଟେ । ଏହା କେରଲବାସୀ ମାନଙ୍କ ପାଇଁ ନୂଆ ବର୍ଷ ଅଟେ । ଏହା ମାଲାୟାଲାମ ମାସର ମେଷର ପ୍ରଥମ ତିଥିରେ ପାଳନ କରାଯାଇଥାଏ ।

Leave A Reply

Your email address will not be published.