ଫେଲ୍‌ ହୋଇଥିବା ସିବିଏସ୍‌ଇର ୯ମ ଓ ଏକାଦଶ ଶ୍ରେଣୀପିଲାଙ୍କୁ ଦିଆଯିବ ଆଉ ଏକ ସୁଯୋଗ

0 1,173

ନୂଆଦିଲ୍ଲୀ – ସିବିଏସ୍‌ଇରେ ନବମ ଓ ଏକାଦଶ ଶ୍ରେଣୀରେ ଫେଲ୍‌ ହୋଇଥିବା ପିଲାଙ୍କୁ ପାସ୍ ହେବା ପାଇଁ ଆଉଏକ ସୁଯୋଗ ଦିଆଯିବ । କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ହୋଇଥିବା ପରିସ୍ଥିତି ଯୋଗୁଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ସୂଚନା ଦେଇଛନ୍ତି। ସେ ଏବି ବିଷୟରେଟ୍ୱିଟ୍‌ କରିଛନ୍ତି।
ଟ୍ୱିଟରେ ସ୍କୁଲମାନଙ୍କୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା କରିବାପାଇଁ ସେ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ ଅଧିକ ସମୟ ଦେବା ପାଇଁ ସେ କହିଛନ୍ତି।.

ଫେଲ୍‌ ହୋଇଥିବା ପିଲାଙ୍କ ପାଇଁ ପରୀକ୍ଷା କରିବାକୁ ସିବିଏସ୍‌ଇ ବୋର୍ଡ ସର୍କୁଲାର ଜାରି କରିଛି । ପିଲାମାନଙ୍କୁ ପାସ୍‌ ହେବା ପାଇଁ ଆଉ ଏକ ସୁଯୋଗ ଦେବା ପାଇଁ ଏଥିରେ ନିର୍ଦେଶ ଦିଆଯାଇଛି । ନବମ ଓ ଏକାଦଶ ପିଲାଙ୍କୁ ସମସ୍ତ ବିଷୟରେ ସୁଯୋଗ ଦେବାପାଇଁ ଏଥିରେ ଉଲ୍ଲେଖ ରହିଛି । କୋଭିଡ୍‌-୧୯ ପରିସ୍ଥିତିରେ ସ୍କୁଲ୍‌ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା କରିପାରିବେ ।


website- cbse.nic.in. ରେ ବିସ୍ତୁତ ବିବରଣୀ ରହିଛି

Leave A Reply

Your email address will not be published.