ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବାରେ ଉତ୍ତମ ଗୁଣବତ୍ତା ଓ ନିରନ୍ତର ପ୍ରୟାସ ପାଇଁ ଆଇଏସଓ ପ୍ରମାଣ ପତ୍ର

0

ଆଇଏସ୍‍ଓ ପ୍ରମାଣପତ୍ର ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବାରେ ଉତ୍ତମ ଗୁଣବତ୍ତା ଓ ନିରନ୍ତର ପ୍ରୟାସ ପାଇଁ ଆଇଏସଓ ପ୍ରମାଣ ପତ୍ର ମିଳିଛି । ଜିଲ୍ଲାପାଳ ଡ଼.ପୋମା ଟୁଡୁ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ଶକ୍ତି ପ୍ରାସଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିକିତ୍ସାଳୟରେ ମିଳୁଥିବା ବିଭିନ୍ନ ସେବା ନିରାମୟ, ନିଦାନ, ସହାୟ, ମାତୃ ଶିଶୁ ସ୍ୱାସ୍ଥ୍ୟ ସେବା, ଟୀକାକରଣ ଆଦି କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଉଚ୍ଚମାନର ସେବା ଯୋଗାଇ ଦିଆଯାଇଛି । ବିଶେଷ କରି ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ଉନ୍ନତି ମୂଳକ ପଦେକ୍ଷପ ଗ୍ରହଣ  କରାଯାଇ ସ୍ୱାସ୍ଥ୍ୟ ସେବାକୁ ଅଧିକ ଦୃଢ଼ିଭୂତ କରାଯାଇଛି । ଏହି ମାନ୍ୟତା
ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Leave A Reply

Your email address will not be published.