ଦୀର୍ଘଦିନର ଅପେକ୍ଷା ପରେ ଗୁରୁବାର ଠାରୁ ଶ୍ରୀମନ୍ଦିରରେ ଭକ୍ତମାନେ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ସର୍ବସାଧାରଣ ଦର୍ଶନ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।
ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି । ଶ୍ରୀମନ୍ଦିର ସମେତ ସହରର ବିଭିନ୍ନ ସ୍ଥାନରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଦର୍ଶନ ସମୟରେ କୋଭିଡ କଟକଣା ସହ ସୁରକ୍ଷ।। ବ୍ୟବସ୍ଥା ମଧ୍ୟ କଡାକଡି ପାଳନ କରାଯାଉଛି