ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପାଇଁ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରୀଶ କରାଯିବ-୩ ତାରିଖରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ  

0 501

ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପାଇଁ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରୀଶ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‍ କୁମାର କହିଛନ୍ତି  । ଆଜି ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଛତିଶା  ନିଯୋଗ ସେବାୟତ ବୈଠକ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‍ କୁମାର କହିଛନ୍ତି ଯେ, ମନ୍ଦିର ଖୋଲାଯିବା ପରେ ମଧ୍ୟ କୋଭିଡ କଟକଣା ଜାରୀ ରହିବ  । ମନ୍ଦିର ଖୋଲିବା ପରେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନ ଲାଗି ଅନୁମତି ଦିଆଯିବ  । ଅତ୍ୟଧିକ ଭିଡ ହେବାର ସମ୍ଭାବ ଥିବାରୁ ଜାନୁଆରୀ ପହିଲା ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ  ।

 

୩ ତାରିଖରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ  । ସେ କହିଛନ୍ତି ଯେ, ୩ ତାରିଖ ପର ଠାରୁ ପୁରୀ ସହର ସମେତ ବାହାରୁ ଆସୁଥିବା ଲୋକମାନେ ମଧ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ  । ଦର୍ଶନ ଲାଗି ଯାଉଥିବା ଲୋକେ ମାସ୍କ ପିନ୍ଧିବା ସହ ସାନିଟାଇଜର୍‍ ବ୍ୟବହାର କରିବା ବାଧ୍ୟତାମୂଳକ ହେବ  । ମନ୍ଦିରର ଚାରି ଦ୍ୱାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଯୋଗାଇ ଦିଆଯିବ  । ଜିଲ୍ଲା ବାହାର ଲୋକଙ୍କୁ କୋଭିଡ୍‍ ନେଗେଟିଭ୍‍ ରିପୋର୍ଟ ଦେବାକୁ ପଡିବ  । ୬୫ ବର୍ଷରୁ ଅଧିକ ବୟସ୍କ ଲୋକ ଓ ପିଲାଙ୍କୁ ନ ଆଣିବା ଲାଗି ଅନୁରୋଧ କରାଯିବ  । ଆସନ୍ତା ୩ ତାରିଖରୁ ପ୍ରତିଦିନ ୫ ହଜାର ଭକ୍ତଙ୍କୁ  ଦର୍ଶନ ଲାଗି ଅନୁମତି ମିଳିବ  । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଓ ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବ  । ତେବେ ମହାପ୍ରସାଦ ସମସ୍ତେ ପାଇ ପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି  । କରୋନା ସଂକ୍ରମଣ ଯୋଗୁଁ ବିଗତ ୯ ମାସ ଧରି ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ଲାଗି ବନ୍ଦ ରହିଛି  । ଶ୍ରୀମନ୍ଦିର ଖୋଲିବା ଖବର ଅଗଣିତ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଆଣି ଦେଇଛି  ।

Leave A Reply

Your email address will not be published.