ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

0 957

ପୁରୀ . – ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ କୃଷ୍ଣ ଜ୍ନମା ଷ୍ଟମୀ ଉତ୍ସବ ପାଳନ କରାଯାଏ । ଭାଦ୍ରବ କୃଷ୍ଣ ସପ୍ତମୀ ଠାରୁ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କୃଷ୍ଣ ଲୀଳା ଅନୁଷ୍ଠିତ ହୁଏ ।  କୃଷ୍ଣ ସପ୍ତମୀରେ ଜେଉଡ ଭୋଗ ହୋଇଛି । ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହୁଏ ।

ସନ୍ଧ୍ୟାଧୂପ ପରେ  ଶ୍ରୀଜୀଉମାନଙ୍କୁ ତଢାଉ ଛ ମୂର୍ତ୍ତୀ ଲାଗି ହୁଏ ସନ୍ଧ୍ୟାଧୂପ ପରେ ଜୟ  ବିଜୟ ଦ୍ୱାର ବନ୍ଦ ରୁହେ । ଭଣ୍ଡାର ଘରେ ପାଣି ପଡି ପୋଛା ହୁଏ । ପଞ୍ଚବର୍ଣ୍ଣ ମୁରୁଜରେ  ମଣ୍ଡଳରେ  ସର୍ବୋତ୍ର ଭଦ୍ର ମଣ୍ଡଳ ପକାଯାଏ ।  ଭିତରେ ପାଣି ପଡି ଧୋ ପଖାଳ ହୁଏ । ମଣ୍ଡପ ନିକଟରେ ପୂଜା ଠାଆ କରାଯାଏ ।

ଜନ୍ମ ଚକଡାରେ ସଙ୍କଳ୍ପ ବାକ୍ୟ ପାଠ କରାଯାଏ । କଳସ ବସି ବରୁଣ ପୂଜା, ରୂପା ପଦ୍ମ ପାଦ ମଣ୍ଡଳ ଉପରେ ରଖାଯାଇ  କୃଷ୍ଣ ଜନ୍ମପଟି ସଂସ୍କାର ରୂପକ ସ୍ଥାପନ କରାଯାଏ ।

ରୂପା ପଦ୍ମରେ ଦେବକୀ, ବାସୁଦେବ, ନନ୍ଦ, ଯୋଶୋଦା, ଲକ୍ଷ୍ମୀସ ଉଗ୍ରସେନ , ବଳଭଦ୍ର ଓ ଗାର୍ଗବ ମୁନିଙ୍କର ଚିତ୍ର କରାଯାଏ  ମଧ୍ୟ ଭାଗରେ କୃଷ୍ଣଙ୍କର ଚିତ୍ର ସହିତ ସ୍ୱର୍ଣ୍ଣ ନିର୍ମିତ କୃଷ୍ଣଙ୍କର ଏକ ପ୍ରତିମା ସ୍ଥାପନ କରାଯାଏ । ନଅଗୋଟି ପନ୍ତି ବଢାଯାଇ ପୁଲ ଚନ୍ଦନ ଲାଗି ସହ  ନିର୍ଦିଷ୍ଟ ପୂଜକଙ୍କ ଦ୍ୱାରା  ପଞ୍ଚୋପଚାର ପନ୍ତି ଭୋଗ ଲାଗି ହୁଏ ।

 

ଏହାପରେ ମଦନମୋହନଙ୍କୁ  ସିଂହାସନ ଉପରେ ବିଜେ କରାଯାଏ । ଶ୍ରୀଜୀଉଙ୍କର ଆଜ୍ଞାମାଳ ଆସିବା ପରେ ମଦନମୋହନ ଜନ୍ମ ଚକଡାରେ ବିଜେ କରନ୍ତି । ଏହାପରେ ନିର୍ଦିଷ୍ଟ ପୂଜାର୍ଚ୍ଚନା କରାଯାଇ କୃଷ୍ଣ ଜନ୍ମନୀତି ସମ୍ପନ୍ନ ହୁଏ । ଜନ୍ମଚକଡାରେ ଦୁଧ, ଲହୁଣୀ, ଗଣ୍ଡୁଷ ମସଲା ମଣୋହୀ ଓ କର୍ପୂର ଆଳତୀ କରାଯାଇଥାଏ। ମଦନମୋହନଙ୍କୁ ସରସ୍ୱତୀଙ୍କ  ମନ୍ଦିର ଆଗକୁ ନିଅନ୍ତି ।ଏଠାରେ ବାସୁଦେବ ଓ ବାସୁକୀ ଥାଆନ୍ତି । ପରେ ଘଣ୍ଟ ଘଣ୍ଟା କାହାଳୀ ବାଜି ନାଭିକଟା ମଣ୍ଡପକୁ ବିଜେ କରାଯାଏ । ସେଠାରେ ନାଭି ଛେଦନ ନୀତି ସମ୍ପନ୍ନ ହୁଏ । ରାମକୃଷ୍ଣ ବିଜେ କରିଥାଆନ୍ତି । କେତକ ସ୍ୱତନ୍ତ୍ରପୂଜା ବିଦ୍ଧି ପରେ  ଠାକୁରମାନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଯାଏ ।

Leave A Reply

Your email address will not be published.