ପାରମ୍ପରିକ ସାରରେ ୬ ଗୁଣ ଅଧିକ ଲାଭ କଲେ କାରଗିଲ୍‌ର ଚାଷୀ

BJD AD

ଲଦାଖରେ କାଗ୍ରିଲ୍‍ର କୃଷକମାନେ ପାରମ୍ପରିକ ଚାଷ ପରିବର୍ତ୍ତେ ଅର୍ଥକରି ଫସଲର ଚାଷ ଆଡ଼କୁ ଅଗ୍ରସର ହେଉଛନ୍ତି । ଏହା ସେମାନଙ୍କର ସ୍ଥାୟୀ ବିକାଶ ଓ ଅର୍ଥନୈତିକ ଉନ୍ନତି ଦିଗରେ ସହାୟକ ହେଉଛି । ସାମାର୍‍ ପାସ୍କୁମ୍‍ର ସବିର୍‍ ହୁସେନ୍‍ ଫୟାଜ୍‍ ୧୨୦୦ ବର୍ଗ ଫୁଟ ଜମିରୁ ୩୦ହଜାରରୁ ଅଧିକ ଅର୍ଥ ଆୟ କରିଛନ୍ତି । ସେ କହିଛନ୍ତି, ତାଙ୍କୁ ଅଧିକ ଅମଳକ୍ଷମ ବିହନ ଯୋଗାଇ ଦିଆଯାଇଥିଲା ଓ ସେଥିରୁ ସେ ଏହି ଅର୍ଥ ଆୟ କରିପାରିଛନ୍ତି । ପାରମ୍ପରିକ ଚାଷରୁ ସେ ସେହି ଜମିରୁ ୫ହଜାର ଟଙ୍କା ଆୟ କରୁଥିଲେ । ସେ କହିଛନ୍ତି, କାର୍ଗିଲ୍‍ କେ.ଭି.କେ. ପ୍ରଧାନ ବୈଜ୍ଞାନିକ ମେହେଦି ଆଖୋନ୍‍ ଓ ବୈଜ୍ଞାନିକ ଡକ୍ଟର ରିଙ୍ଗ୍‍ଚେନ୍‍ ତାଙ୍କୁ ନୂଆ ପଦ୍ଧତିର ଚାଷ କରିବାରେ ସହାୟତା କରିଛନ୍ତି । ଚଳିତ ବର୍ଷ ମରୁଡ଼ି ପରିସ୍ଥିତି ସତ୍ତେ୍ୱ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ସେ ଏହି ଚାଷ କରିଛନ୍ତି ।


ଗତ କିଛି ବର୍ଷ ଧରି ସେ କୃତ୍ରିମ ସାର ବ୍ୟବହାର ବନ୍ଦ କରିଥିଲେ ଓ ବିଶେଷଜ୍ଞମାନଙ୍କ ନିର୍ଦ୍ଦେଶାନୁସାରେ ସେ ଜୀବ ଅମୃତ ତରଳୀକୃତ ସାର ପ୍ରସ୍ତୁତ କରୁଛନ୍ତି । ଏହା ତାଙ୍କର ଫଳ ଓ ପନିପରିବା ଗୁଡ଼ିକର ଆକାର ବୃଦ୍ଧିରେ ସାହାଯ୍ୟ କରିଛି ।

ହିମାଳୟ ଅଞ୍ଚଳର ବହୁ ବିରଳ ପ୍ରଜାତିର ବୃକ୍ଷଲତା ପାଇଁ ଜିନ୍‍ ବ୍ୟାଙ୍କ୍‍ ସୃଷ୍ଟି ସକାଶେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଅତ୍ୟୁଚ ଗବେଷଣା ପ୍ରତିରକ୍ଷା ଅନୁଷ୍ଠାନ ଲେହ ନିର୍ଦ୍ଦେଶକ ଡକ୍ଟର ଓମ୍‍ ପ୍ରକାଶ ଚୌରାସିଆ ଆହ୍ୱାନ ଦେଇଛନ୍ତି । ହିମାଳୟ ଲଦାଖ ଅଞ୍ଚଳ ଥଣ୍ଡା-ଶୁଷ୍କ ଔଷଧୀୟ ବୃକ୍ଷ ବିବିଧତା ସଂକ୍ରାନ୍ତ ତୃତୀୟ ହିମାଲୟାନ୍‍ ପପୁଲାର୍‍ ଲେକଚର୍‍ ସିରିଜ୍‍ରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି । ଡକ୍ଟର ଚୌରାସିଆ କହିଛନ୍ତି, ହିମାଳୟ ଅଞ୍ଚଳର ବୃକ୍ଷଲତାର ସଂରକ୍ଷଣକୁ ଅଗ୍ରାଧିକାର ଦିଆଯାଉଛି । ସେ କହିଛନ୍ତି, ହିମାଳୟ ଅଞ୍ଚଳର ଅନେକ ମୂଲ୍ୟବାନ ବୃକ୍ଷ ଓ ଔଷଧୀୟ ବୃକ୍ଷ ଲୋପ ହେବାକୁ ବସିଲାଣି । ଏହିସବୁ ଜୈବ ବିବିଧତାର ସଂରକ୍ଷଣ ଓ ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳ, ଗିରିସଂକଟ ଓ ଇଲାକାକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରିବାର ଏହା ପ୍ରକୃଷ୍ଠ ସମୟ । ବକ୍ତୃତା ଦେବା ସମୟରେ ହିମାଳୟ ଅଞ୍ଚଳର ବିଭିନ୍ନ ବୃକ୍ଷଲତା ବିଷୟରେ ସେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ହିମାଳୟ ଅଞ୍ଚଳର କୋଳି, ହେଙ୍ଗୁ ଓ ଜିରାର ମୂଲ୍ୟ ବହୁତ ଅଧିକ ।

Comments are closed, but trackbacks and pingbacks are open.