ଦେଶର ୫ଟି ରାଜ୍ୟରେ କରୋନାର ନୂଆ ଧାରା ଚିହ୍ନଟ ହେବାପରେ ରାଜ୍ୟରେ କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କର୍ପୋରେସନ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ ଜେନା କରୋନା ସମ୍ପର୍କିତ ନିର୍ଦ୍ଦେଶାବଳୀଗୁଡ଼ିକୁ କଡାକଡି ଭାବେ ପାଳନ କରିବା ପାଇଁ ଦର୍ଶାଇଛନ୍ତି । ଏଥିରେ ମାସ୍କ ଓ ସାନିଟାଇଜରର ବ୍ୟବହାର ତଥା ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଜନସଚେତନତା ବୃଦ୍ଧି ସହ ଯାଞ୍ଚ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ପରିସ୍ଥିତି ନେଇ ସାପ୍ତାହିକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଡିଛି ।