୩୧ତମ ଜାତୀୟ କୋଣାର୍କ ନୃତ୍ୟଉତ୍ସବ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆରମ୍ଭ ହୋଇଛି । ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆର୍ନ୍ତଜାତୀୟ ବାଲୁକା କଳା ମଧ୍ୟ ଆଜି ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପର୍ଯ୍ୟଟନ ସଚୀବ, ନିର୍ଦ୍ଦେଶକ, ଓ ପୁରୀ ଜିଲ୍ଲାପାଳ କୋଣାର୍କ ଓ ଚନ୍ଦ୍ରଭାଗାରେ ହେଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
କୋଣାର୍କର ରଙ୍ଗମଞ୍ଚ ଓ ଚନ୍ଦ୍ରଭାଗା ବେଳାଭୂମୀକୁ ଉଦ୍ଭାସିତ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।