ବାଜପେୟୀଙ୍କ ଚିତାଭସ୍ମ ନେଇ ଯାଉଥିବା ଡଙ୍ଗା ଉତ୍ତର ପ୍ରଦେଶର କୁଆନୋ ନଦୀରେ ଓଲଟିଲା , ଅଳ୍ପକେ ବର୍ତ୍ତିଲେ ବିଜେପି ନେତା
ଲକ୍ଷ୍ମୌ.- ବାଜପେୟୀଙ୍କର ଚିତାଭସ୍ମକୁ ଉତ୍ତରପ୍ରଦେଶର କୁଆନୋ ନଦୀରେ ବିସର୍ଜନ ପାଇଁ ନିଆଯାଉଥିବା ବେଳେ ଏହି ଡଙ୍ଗାରେ ଅଧିକ ଲୋକ ଚଢି ଯିବାରୁ ତାହା କୂଳରେ ଓଲଟି ପଡିଥିବା ଜଣା ପଡିଛି । ଏଥରେ ଉତ୍ତର ପ୍ରଦେଶର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାମପତି ରାମ ତ୍ରିପାଠୀ ଓ ସାସଂଦ ହରିଶ୍ ତ୍ରିପାଠୀଙ୍କ ସହ ୧୭ ଜଣ ଲୋକ ଚଢି ଯାଇଥିଲେ ।
ସାଙ୍ଗରେ ଯାଉଥିବା ପୁଲିସ ଅଗ୍ନିଶମ ବିଭାଗର ଡଙ୍ଗାର କର୍ମଚାରୀମାନେ ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ଏଥିରେ କୌଣସି ଅଘଟଣ ହେବାରୁ ସମସ୍ତେ ବର୍ତ୍ତି ଯାଇଛନ୍ତି ।