‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

0 3,486

ଓଡ଼ିଶାର ବ୍ୟାପକ ତଥା ବିବିଧତାପୂର୍ଣ୍ଣ ଇତିହାସ ଦେଶବାସୀଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ । ନୂଆଦିଲ୍ଲୀର ଆମ୍ବେଦକର
ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ପାଖାପାଖି ଦେଢ଼ବର୍ଷ ତଳେ ଦେଶ ଉକ୍ରଳ କେଶରୀଙ୍କର ୧୨୦ତମ ଜନ୍ମଜୟନ୍ତୀ ପାଳନ କରିଥିଲା । ସ୍ୱର୍ଗତଃ ମହତାବ କେବଳ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିନଥିଲେ ବରଂ ସମାଜର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ । ସ୍ୱର୍ଗତଃ ମହତାବ ଏଭଳି ଏକ ବିରଳ ନେତା ଥିଲେ ଯିଏକି ଦେଶର ସ୍ୱାଧୀନତା ପାଇଁ କାରାବରଣ କରିବା ସହ ଦେଶର ଲୋକତନ୍ତ୍ରର ରକ୍ଷା ପାଇଁ ମଧ୍ୟ ଜେଲ୍‍ ଯାଇଥିଲେ । ଓଡ଼ିଶାରେ ମ୍ୟୁଜିୟମ ହେଉ ବା ଅଭିଲେଖାଗାର ହେଉ ଏସବୁ ମହତାବଙ୍କର ଦୂରଦୃଷ୍ଟି ଯୋଗୁଁ ହିଁ ସମ୍ଭବ ହୋଇପାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୁସ୍ତକ ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜିର ଦିବସ ଓଡ଼ିଶା ପାଇଁ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ନୂଆ ପରିଚୟ ହୋଇ ରହିବ ।
ଓଡ଼ିଶାକୁ ସର୍ବଦା ଗୁରତ୍ୱ ଦେବା ସହ ଏହାର ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ନେହ ଦେଇ ଆସିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କଦ୍ୱାରା ଲିଖିତ ଏହି ପୁସ୍ତକକୁ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି । ବର୍ତ୍ତମାନ
ପର୍ଯ୍ୟନ୍ତ ଏହି ପୁସ୍ତକଟି ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିଲା ।

Leave A Reply

Your email address will not be published.