ରାଜ୍ୟର ମେଡ଼ିକାଲ କଲେଜ ଗୁଡ଼ିକରେ ମଙ୍ଗଳବାରରୁ ଶିକ୍ଷାଦାନ ଆରମ୍ଭ ହେବ । ଅପରପକ୍ଷରେ ଆସନ୍ତା ଡିସେମ୍ବର ୭ ତାରିଖରୁ ଏମ୍ବିବିଏସ୍ ପ୍ରଥମବର୍ଷ ପରୀକ୍ଷା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । .
ଜାତୀୟ ମେଡ଼ିକାଲ କମିସନ ଆସନ୍ତା ବର୍ଷ ଫେବୃୟାରୀ ମାସ ସୁଦ୍ଧା ପ୍ରଥମବର୍ଷ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମେଡ଼ିକାଲ କମିସନ ଆସନ୍ତା ଫେବୃୟାରୀ ମଧ୍ୟରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୭ ତାରିଖରୁ ପ୍ରଥମବର୍ଷ ଏମ୍ବିବିଏସ୍ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏ ଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବ ପଦକ୍ଷେପ ନେଇ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଅଭିଭାବକ ମହଲ ପକ୍ଷରୁ ଦାବି କରାଯାଇଛି ।