ଫନି ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ଉପଭୋକ୍ତା ଯେ କୌଣସି ନେଟଓ୍ୱାକ ବ୍ୟବହାର କରିପାରିବେ , ଦେବାକୁ ପଡିବନି କୌଣସି ଦେୟ
ଟେଲିଯୋଗାଯୋଗ
ଟେଲିଯୋଗାଯୋଗ କ୍ଷେତ୍ରରେ ବିଏସ୍ଏନ୍ଏଲ୍ର ୨ଟି ଜିଓର ୨ଟି, ଏୟାରଟେଲ୍ ଓ ଭୋଡାଫୋନର ଗୋଟିଏ ଲେଖାଏଁ ମାଷ୍ଟର ସୁଇଚିଂ ସେଣ୍ଟରକୁ ପୁନଃକାର୍ଯ୍ୟକ୍ଷମ କରାଯାଇପାରିଛି । ସେହିପରି ବିଏସ୍ଏନ୍ଏଲ୍ର ୭ଟି, ଏୟାରଟେଲ୍ର ୭ଟି ବେସ୍ ସୁଇଚିଂ ସେଣ୍ଟର ଡିଜି ସେଟ୍ ବିନିଯୋଗ କ୍ରମେ କାର୍ଯ୍ୟ କରୁଥିବାବେଳେ ଭୋଡାଫୋନର ୮ଟିରୁ ୭ଟି ଓ ଜିଓର ୫୯ରୁ ୫୬ଟି ବେସ୍ ସୁଇଚିଂ ସେଣ୍ଟର ଡିଜି ଯୋଗେ କାର୍ଯ୍ୟ କରୁଛି । ମୋବାଇଲ୍ ସେବା କ୍ଷେତ୍ରରେ ରହିଥିବା ୪୫୪୩ଟି ବିଟିଏସ୍ ସାଇଟ୍ରୁ ୧୪୫୦ଟି କାର୍ଯ୍ୟକ୍ଷମ ହୋଇଛି । ଏକ ସ୍ୱତନ୍ତ୍ର ସୁବିଧା କ୍ରମେ ଉପଭୋକ୍ତାମାନେ ନିଜ ନିଜର ଆବଶ୍ୟକତା ଅନୁଯାୟୀ ଏବଂ ବିଭିନ୍ନ ଅଞ୍ଚଳରେ ଉପଲବ୍ଧ ଥିବା ଯେକୌଣସି ଟେଲିକମ୍ ସର୍ଭିସ ପ୍ରୋଭାଇଡରଙ୍କ ନେଟ୍ୱାର୍କକୁ ବ୍ୟବହାର କରିପାରିବେ । ଭୁବନେଶ୍ୱରରେ ଥିବା ବ୍ୟାଙ୍କଗୁଡ଼ିକୁ ୭୫ ପ୍ରତିଶତ ଟେଲିସଂଯୋଗୀକରଣ ସଂଭବ ହୋଇପାରିଛି ।