ନୂଆଦିଲ୍ଲୀ.- ଦୁଇ ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଛନ୍ତି । ବିମଷ୍ଟେକର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ କାଠମାଣ୍ଡୁରେ ପହଞ୍ଛନ୍ତି । ଏହା ପୂର୍ହକୁ ସେ ନୂଆ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ଭାରତର ସର୍ବାଧିକ ପ୍ରାଥମିକତାକୁ ପ୍ରତିଫଳନ କରୁଛି ଏବଂ ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ବୃଦ୍ଧି କରି ଦକ୍ଷିଣ-ପୂର୍ବ ଏସିଆରେ ଆମ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ପ୍ରକାଶ କରିଛନ୍ତି ।
ମୋଦି ଏହି ଶିଖର ସମ୍ମିଳନୀ କାଳରେ, ଆମ କ୍ଷେତ୍ରୀୟ ସହଯୋଗକୁ ଆହୁରି ସମୃଦ୍ଧ କରିବା, ବାଣିଜ୍ୟ ସମ୍ପର୍କକୁ ଆହୁରି ବଢ଼ାଇବା ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ବଙ୍ଗୋପସାଗର କ୍ଷେତ୍ର ନିର୍ମାଣ କରିବା ଲାଗି ଆମର ସମ୍ମିଳିତ ପ୍ରୟାସ ସମ୍ପର୍କରେ ସମସ୍ତ ବିମଷ୍ଟେକ ନେତୃତ୍ୱଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।
ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ଦିଗରେ” ଦେଶକୁ ଆମର ପାରସ୍ପରିକ ଆକାଂକ୍ଷା ଏବଂ ଆହ୍ୱାନର ସମ୍ମୁଖୀନ ହେବା ଲାଗି ମିଳିତ ପ୍ରୟାସ କରିବା ଲାଗି ବଳ ଯୋଗାଇବ ।
ମୋଦି ତାଙ୍କର ର ଦୃଢ଼ ବିଶ୍ୱାସ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ବର୍ତ୍ତମାନ ସୁଦ୍ଧା ବିମଷ୍ଟେକ ଦିଗରେ ହୋଇଥିବା ଅଗ୍ରଗତିକୁ ଆହୁରି ଦୃଢ଼ ଭାବେ ଆଗେଇ ନେବ ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ବଙ୍ଗୋପସାଗର କ୍ଷେତ୍ର ପ୍ରତିଷ୍ଠାରେ ମାର୍ଗଦର୍ଶନ କରିବ ବୋଲି ସୂଚନା ଦେଇଛନ୍ତି ।
ମୋଦି ଦେଇଥିବା ଅନ୍ୟ ବକ୍ତବ୍ୟ-
ବିମଷ୍ଟେକ ଶିଖର ସମ୍ମିଳନୀ କାଳରେ ମୁଁ ବାଂଲାଦେଶ, ଭୂଟାନ, ମିଆଁମାର, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର ନେତାମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇବି ।
ମୁଁ ମଧ୍ୟ ନେପାଳର ମାନନୀୟ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ବୈଠକରେ ଯୋଗ ଦେବାକୁ ଆଗ୍ରହର ସହ ଅପେକ୍ଷା କରିଛି । ମେ ୨୦୧୮ ରେ ମୋର ଶେଷ ନେପାଳ ଗସ୍ତ ପର ଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା ଏହି ଅବସରରେ କରାଯିବ ।
ପଶୁପତିନାଥ ମନ୍ଦିର ପରିସରରେ ନେପାଳ ଭାରତ ମୈତ୍ରୀ ଧର୍ମଶାଳା ଉଦଘାଟନ କରିବାର ସୌଭାଗ୍ୟ ମୋତେ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ପ୍ରାପ୍ତ ହେବ ।”