ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁ ଶୀତପ୍ରକୋପ ବୃଦ୍ଧି

0 595

ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁ ଶୀତପ୍ରକୋପ ବୃଦ୍ଧି ପାଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୨ ଡ୍ରିଗୀ ପର୍ଯ୍ୟନ୍ତ ବୃଦ୍ଧିପାଇବାର ସମ୍ଭାବନା ରହିଛି । ପୁଣି ଆସନ୍ତା ୪୮ ଘଣ୍ଟା ପରେ ସର୍ବନିମ୍ନ ତାପମାତ୍ରା ୩-୪ଡ୍ରିଗ୍ରୀ ସେଲସିୟସ୍‍ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗ୍‍ବାଡ଼ିର ସର୍ବନିମ୍ନ ରାତି ତାପମାତ୍ରା ୧୦ ଡ୍ରିଗୀ ସେଲସିୟସ୍‍ ରେକର୍ଡ କରାଯାଇଥିବାବେଳେ ସର୍ବ ରାଜ୍ୟରେ ୯ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ଥିବା ଜଣାପଡିଛି । ତେବେ ଆସନ୍ତା ୨୯ ତାରିଖରେ ଦକ୍ଷିଣ-ବଙ୍ଗୋପସାଗର କେନ୍ଦ୍ରାଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.