ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ

0

ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଛି । ଗତକାଲି ଗୋଟିଏ ଦିନରେ ଆଉ ୫ ହଜାର  ୨୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧କୁ ବୃଦ୍ଧି ପାଇଛି ।

ରାଜ୍ୟର ୩୦ଟି ଜିଲ୍ଲା ଓ ଷ୍ଟେଟ୍‍ପୁଲ୍‍ରୁ ଚିହ୍ନଟ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ ପଜିଟିଭ୍‍ ଅଛନ୍ତି । ସେହିପରି କଟକ ଜିଲ୍ଲାରୁ ୫୫୭, ଯାଜପୁରରୁ ୩୯୪, ମୟୂରଭଞ୍ଜରୁ ୨୮୫, ସୁନ୍ଦରଗଡ଼ରୁ ୨୫୧, କେନ୍ଦ୍ରାପଡ଼ାରୁ ୨୩୭, ପୁରୀ ୨୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ ତଳେ ରହିଛି ।

ଅନ୍ୟପକ୍ଷରେ, ଆଜି ରାଜ୍ୟରେ ୪୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହିତ କରୋନାଜନିତ ମୋଟ୍‍ ମୃତ୍ୟୁ ସଂଖ୍ୟା ୩ ହଜାର
୨୧୦କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ଆଶ୍ୱସ୍ତିର ବିଷୟ ପାଲଟିଛି । ଆଜି ୮ ହଜାର ୫୧୬ ଜଣ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.