ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ

0 994

କାର୍ତ୍ତିକ ପଞ୍ଚୁକର ମଳ ତିଥି ଅବସରରେ ଶ୍ରୀମନ୍ଦିରରେ ଶୁକ୍ରବାରରେ ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଥିବାରୁ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ମୁତାବକ ଶ୍ରୀଜୀଉମାନଙ୍କୁ ନାଗାର୍ଜୁନ ବେଶ କରାଯାଇଛି ।

ଏଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ୨୫ ପ୍ଲାନୁଟ୍‍ ପୁଲିସ୍‍ ଫୋର୍ସ୍‍ଙ୍କୁ ମୁତୟନ କରାଯାଇଥିଲା । ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ସର୍ବସାଧାରଣଙ୍କ ଭିଡ଼ ହେବା ଆଶଙ୍କା କରି ଏବଂ କୋଭିଡ୍‍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରାତି ଦୁଇଟା ଠାରୁ ବେଶ ଓ ଲାଗି ପର୍ଯ୍ୟନ୍ତ ମର୍ଚିକୋଟ୍‍ ଛକ, ଜହ୍ନିମୁଣ୍ଡିଆ ଛକ, କାକୁଡ଼ି ଖାଇ, ରଘୁରାମ ଆଶ୍ରମ ନିକଟସ୍ଥ ଧାନକୁଟି ସାହି, ଗଡ଼ନ୍ତି ଛକ ଓ ଦୋଳବେଦୀ କୋଣଠାରେ ୧୪୪ ଧାରା ଜାରି କରାଯାଇଥିଲା । କେବଳ ନିର୍ଦ୍ଦିଷ୍ଟ ସେବାୟତ, ସରକାରୀ ଅଧିକାରୀ ଓ କର୍ମଚାରୀ, ଜେ.ଟି.ପି.ଙ୍କୁ ଏହିସବୁ ଅଞ୍ଚଳରେ ପ୍ରବେଶ ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା ।

Leave A Reply

Your email address will not be published.