ଏକ ଟଙ୍କା ନୁହେଁ ଦୁଇ ଟଙ୍କା ବଢିବ ପେଟ୍ରୋଲ ଓ ଡିଜେଲ

0 1,933

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସର ପ୍ରାବଧାନ କରାଯାଇଛି ।
ଏଥିଯୋଗୁଁ ଡିଜେଲ୍‌ ଓ ପେଟ୍ରୋଲ ଦର ୨ ଟଙ୍କା ବୃଦ୍ଧି ପାଇବ ।
ଅତିରିକ୍ତ ଉତ୍ପାଦ ଶୁଳ୍କ ଏକ ଟଙ୍କା ଓ ସଡକ ଭିତ୍ତି ଭୂମି ବିକାଶ ସେସ୍‌ ଏକ ଟଙ୍କା ଏ ପରି ଦୁଇ ଟଙ୍କା ବୃଦ୍ଧି ପାଇବ ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ୧ ଟଙ୍କା ଏବଂ ସଡ଼କ ଓ ଭିତ୍ତିଭୂମି ସେସ ୧ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଆନ୍ତର୍ଜାତୀକ ବଜାରରେ ଜାନୁୟାରୀମାସରୁ ଜୁଲାଇ ପର୍ଯ୍ୟନ୍ତ ଅଶୋଧିତ ତେଲଦର ୧୭ ପ୍ରତିଶତ ବଢିଛି ।
ଭାରତରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ଟ.୧.୬୭ ଓ ଟ.୧.୮୬ ବଢିଛି ।

ନିର୍ବାଚନ ପୂର୍ବରୁ ତୈଳଦର ବେଶୀ ବୃଦ୍ଧି ପାଇ ନଥିଲା ।

Leave A Reply

Your email address will not be published.