୧ ତାରିଖରୁ ରାଜ୍ୟରେ ଲାଗୁ ହେବ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’

0 1,055

ଭୁବନେଶ୍ୱର – ସେପ୍ଟେମ୍ବର ମାସ ୧ ତାରିଖରୁ ରାଜ୍ୟରେ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’ ବା ‘ଗୋଟିଏ ଦେଶ ଗୋଟିଏ ରାସନକାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେକୌଣସି ସ୍ଥାନରୁ ଖାଉଟି ସାମଗ୍ରୀ ପାଇପାରିବେ । ଭୁବନେଶ୍ୱର ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟର ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ସେ କହିଛନ୍ତି । କୌଣସି ଗରିବ ହିତାଧିକାରୀ ଖାଦ୍ୟ ସାମଗ୍ରୀ ପାଇବାରୁ ବଂଚିତ ହେବେ ନାହିଁ । ଯଦି ସେମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି, ସେଠାରୁ ମଧ୍ୟ ରିହାତି ଦରରେ ଚାଉଳ ଓ ଗହମ ପାଇପାରିବେ ।

Leave A Reply

Your email address will not be published.