ଆସନ୍ତା ଜୁନ୍‍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍‍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍‍ଲାଇନ୍‍ କ୍ଲାସ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି

0

ଆସନ୍ତା ଜୁନ୍‍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍‍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍‍ଲାଇନ୍‍ କ୍ଲାସ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବ ହେଉ  ନଥିବାରୁ ଖରାଛୁଟି ପରେ ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ୍‍ଗୁଡ଼ିକରେ ଅନ୍‍ଲାଇନ୍‍ କ୍ଲାସ ଆରମ୍ଭ ହେବ ବୋଲି ନିର୍ଦ୍ଦଶନାମାରେ କୁହାଯାଇଛି ।

ସେହିଭଳି, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହଷ୍ଟେଲଗୁଡ଼ିକ ବନ୍ଦ ରହିବ ବୋଲି ଏଥିରେ ଦର୍ଶାଯାଇଛି । ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ, ୟୁଜିସିର ନିଷ୍ପତ୍ତି ସମ୍ପର୍କରେ ସୂଚନା ପାଇବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଟୁଇଟ୍‍ ଯୋଗେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.