ଓଡିଶାର ବିଭିନ୍ନ ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କଡାକଡି କରିବାକୁ ନିର୍ଦେଶ- ୧୮ଟି ପାଟ୍ରୋଲିଂ ଗାଡିକୁ ପତାକା ଦେଖାଇ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ରାଜପଥରେ ପୁଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍ଘାଟନ କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ ।
ଏହାଦ୍ୱାରା ରାଜ୍ୟ ଭିତରେ ଯାଇଥିବା ଜାତୀୟ ରାଜପଥଗୁଡ଼ିକରେ ବିଭିନ୍ନ ସମୟରେ ଘଟୁଥିବା ଅପରାଧ ତଥା ଦୁର୍ଘଟଣା ଗୁଡ଼ିକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ । ଏହି ବ୍ୟବସ୍ଥା ପାଇଁ ପରିବହନ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଛି ।