ନୂଆଦିଲ୍ଲୀ – ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଥାଏ । ଏହାକୁ ଫାଶୀ କୋଠି କୁହାଯାଏ । ଡେଥ୍ ଓ୍ୱାରେଣ୍ଟ ବା ମୃତ୍ୟୁର ପରଓ୍ୱାନା ଜାରି ହେଲେ ଦୋଷୀମାନଙ୍କୁ ଏହି ଠାରେ ରଖାଯାଏ ଥାଏ । ସ୍ୱତନ୍ତ୍ର ପହରା ମଧ୍ୟରେ ଦୋଷୀମାନେ ରୁହନ୍ତି । କାଳେ କଛି କରିଦେବେ ସେଥିପାଇଁ ସୁରକ୍ଷା କର୍ମୀ ସର୍ବଦା ସଜାଗ ଥାଆନ୍ତି ।
ବହୁତ କମ୍ ଲୋକ ଫାଶୀ କୋଠି ବିଷୟରେ ଜାଣି ଥାଆନ୍ତି । ଏହା ଏକ ଛୋଟ କୋଠରୀ , ପିଇବ ପାଇଁ ଖାଲି ପାଣିଥାଏ। ଚାରିପଟେ ଅନ୍ଧାର ହିଁ ଅନ୍ଧାର । ଏହି କୋଠରୀର ନାମ ଫାଶୀ କୋଠରୀ । ମୁମ୍ବାଇ ଆକ୍ରମଣ ପୂର୍ବରୁ କସବର ଫାଶୀ କୋଠରୀ ଅଣ୍ଡା ସେଲ୍ ଆକାରର ଥିଲା । ସୁରକ୍ଷା କର୍ମୀଙ୍କ ବ୍ୟତୀତ ସେଠାରେ କେହିଁ ରୁହନ୍ତି ନାହିଁ ।
ଇଂରାଜୀମାନଙ୍କ ସମୟରୁ ତିହାର ଜେଲ୍ରେ ଫାଶୀ କୋଠରୀ ଥିଲା । ଏହା ଜେଲ୍ର ଅନ୍ୟ ବାରାକ ଠାରୁ ଦୂରରେ ତିଆରି କରାଯାଇଥିଲା ।
ଡେଥ୍ ସେଲ୍ ବି ଫାଶୀ କୋଠୀ ପରି ଦେଖାଯାଉଥିବା ସ୍ଥାନ । ଫାଶୀ କୋଠୀରୁ ଡେଥ୍ ଓ୍ୱାଲକୁ କଏଦୀକୁ ସ୍ଥାନାନ୍ତର କରାଯାଇଥାଏ ।
ଏହ ସାଧାରଣ ଜେଲ୍ କୋଠରୀ ପରି ନୁହଁ । ଏଥିରେ କଏଦୀ ରହିଲେ ମୃତ୍ୟୁର ଆଭାସ ମିଳିଯାଇଥାଏ । ଏହା ମୃତ୍ୟୁର କୂଅ ପରି ଲାଗେ ।
ତିହାର ଜେଲ୍ରେ ନମ୍ବର ତିନି ବିଲ୍ଡିଂରେ ଫାଶୀ କୋଠରୀ ରହିଛି । ଏହି ଠାରେ ନିର୍ଭୟାର ଦୋଷୀମାନଙ୍କୁ ରଖାଯାଇଥିଲା । ଏଥିରେ ୧୬ଟି ଡେଥ୍ ସେଲ୍ ଥିଲା । ୨୪ ଘଣ୍ଟାରେ ଥରେ କେବଳ କଏଦୀକୁ ଅଧଘଣ୍ଟା ପାଇଁ ଚାଲିବାକୁ ଦିଆଯାଏ ।
ଫାଶୀ କୋଠୀର ସୁରକ୍ଷା ତିହାର ଜେଲ୍ରେ ଜେଲ୍ ପ୍ରଶାସନ କରନ୍ତି ନାହିଁ ବଂର ତାମିଲନାଡୁ ସ୍ପେଶାଲ୍ ପୁଲିସ୍ କରେ । ପ୍ରତି ୨ ଘଣ୍ଟାରେ ଏମାନେ ସିଫ୍ଟ ବଦଳାନ୍ତି ।
ଫାଶୀ ସମୟରେ ଜେଲ୍ର ସମସ୍ତ କାମ ବନ୍ଦ କରିଦିଆଯାଇ ଥାଏ । ସମସ୍ତ କଏଦୀ ନିଜ ବାରାକ ରେ ରୁହନ୍ତି ।
ମାର୍ଚ୍ଚ ୨୦ ତାରିଖ ସକାଳେ ନିର୍ଭୟା ଦୋଷୀମାନଙ୍କୁ (୪) ତିହାର ଜେଲ୍ରେ ଫାଶୀ ଦିଆଯାଇଛି ।