କୁମ୍ଭରେ ସ୍ନାନ ଓ ଗଣତନ୍ତ୍ରରେ ମତଦାନ କଲେ ମହା ଆନନ୍ଦ ମିଳିଥାଏ: ମୋଦୀ

0 904

ଅହମଦାବାଦ: କୁମ୍ଭମେଳାରେ ସ୍ନାନ କଲେ ଯେଭଳି ଆନନ୍ଦ ଲାଗିଥାଏ, ସେହିପରି ଗଣତନ୍ତ୍ରରେ ମତଦାନ କଲେ ସମାନ ଅନୁଭୂତି ମନେ ହୋଇଥାଏ । ଗୁଜୁରାଟର ଅହମଦାବାସ୍ଥିତ ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ସ୍କୁଲରେ ମତଦାନ କରିବା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ସେ କହିଛନ୍ତି, ଗଣତନ୍ତ୍ରର ସଶସ୍ତ୍ର ହେଉଛି ମତଦାନ ପରିଚୟ । ଏହି ଅବସରରେ ପ୍ରଥମ ଥର ପାଇଁ ମତଦାନ କରୁଥିବା ମତଦାତାଙ୍କୁ ସେ ଶୁଭକାମନା ଜଣାଇଛନ୍ତି । ମୋଦୀ କହିଛନ୍ତି, ଭୋଟର ପରିଚୟ ପତ୍ରର ଶକ୍ତି ବିସ୍ଫୋରକ ସାମଗ୍ରୀ ଠାରୁ ମଧ୍ୟ ଆହୁରି ବଳବାନ ।
ଲୋକସଭା ନିର୍ବାଚନ ୨୦୧୯ ମଙ୍ଗଳବାର ତୃତୀୟ ପର୍ଯ୍ୟାୟରେ ଜାରି ରହିଛି । ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳରେ ୧୧୭ଟି ଲୋକସଭା ଆସନରେ ଏହି ମତଦନା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାବ, ବିହାରର ପପୁ ଯାଦବ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଭାଗ୍ୟ ଇଭିଏମ-ଭିଭିପ୍ୟାଟରେ ସିଲ ହୋଇଯିବ ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମତଦାନ କରିବା ପୂର୍ବରୁ ମା’ ହୀରାବେନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ହରାବେନ ଏକ ନଡିଆ ଉପହାର ମୋଦୀଙ୍କୁ ଦେଇଛନ୍ତି । ଏହା ପରେ ମୋଦୀ ଏକ ଖୋଲା ଜିପରେ ଚଢ଼ି ପୋଲିଂ ବୁଥକୁ ଯାଇ ମତଦାନ କରିଥିଲେ ।

Leave A Reply

Your email address will not be published.