ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ

0 2,002

ବାଲେଶ୍ୱର – ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରାଯାଇଛି । ଗତକାଲି ସନ୍ଧ୍ୟା ୭ଟାରୁ ୭ଟା ୧୫ ମିନିଟ୍‍ ମଧ୍ୟରେ ଏଲ୍‍.ସି.-୩ ପରୀକ୍ଷଣ କେନ୍ଦ୍ରରୁ ଏହାର ଉତ୍‍କ୍ଷେପଣ କରାଯାଇଥିଲା । ଏକହଜାର କିଲୋଗ୍ରାମ ଓଜନ ବିଶିଷ୍ଟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ଗତକାଲି ଦୁଇଥର ରାତ୍ରିକାଳୀନ ପରୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.