ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’ ପ୍ରାପ୍ତ ଶିଶୁମାନଙ୍କ ସହ ମତ ବିନିମୟ କରିଛନ୍ତି

0 3,804

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’ ପ୍ରାପ୍ତ ଶିଶୁମାନଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍‍ ଭଳି କଠିନ ସମୟରେ ଏହି ଶିଶୁମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେ କହିଛନ୍ତି ଏହି ଶିଶୁମାନେ ପ୍ରମାଣିତ କରି ଦେଖେଇଛନ୍ତି ଯେ ସଠିକ୍‍ କାର୍ଯ୍ୟ ସହ ଜଡିତ ହେଲେ ଛୋଟ ଚିନ୍ତାଧାରାରୁ ମଧ୍ୟ ବଡ଼ ଏବଂ ପ୍ରଭାବଶାଳୀ ଫଳାଫଳ ମିଳିପାରିବ ।

 

ଏହି ପୁରସ୍କାରପ୍ରାପ୍ତ ପିଲାମାନଙ୍କର ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି ଏବଂ ଦେଶପାଇଁ  କାର୍ଯ୍ୟକଲେ ଏହା ଅନ୍ୟମାନଙ୍କ ଚିନ୍ତାଧାରାକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ଅନ୍ୱେଷ ଶୁଭମ୍‍ ପ୍ରଧାନକୁ ଶିକ୍ଷା କ୍ଷେତ୍ରରେ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଅନ୍ୱେଷ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ବିଦ୍ୟାଳୟର ଛାତ୍ର । ଅନ୍ୱେଷ କହିଛନ୍ତି ସେ ଭବିଷ୍ୟତରେ ଆଇ.ଆଇ.ଟି.ରେ ପାଠ ପଢ଼ିବା ସହ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୱେଷଙ୍କର ଏହି ସଫଳତା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତି ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଏମ୍‍.ଏସ୍‍.ଏମ୍‍.ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.