ରାୟଗଡାରୁ ଦୁଇଟି ଅଖା ବସ୍ତାରେ ଦେଢ କୋଟି ଟଙ୍କାର ରତ୍ନପଥର ଜବତ

0

ରାୟଗଡା ସହରର ଏକ ଘରୁ କ୍ରାଇମବ୍ରାଞ୍ଚର ଏସ.ଟି.ଏଫ ଟିମ୍‍ ଦ୍ୱାରା ବିପୁଳ ପରିମାଣର ରତ୍ନପଥର ଜବତ କରାଯାଇଛି । ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର ୧୫୩କିଲୋ ମଚଲନ ରତ୍ନପଥର ଜବତ ହୋଇଛି ।

ଏହାର ଆନୁମାନିକ ବଜାର ମୂଲ୍ୟ ୧କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ଜଣକୁ ଅଟକ ରଖି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି  ।

Leave A Reply

Your email address will not be published.