ଭାରତର ସେଣ୍ଟିନେଲ ଜନଜାତି,“ଆଇଜ ଅନ, ହ୍ୟାଣ୍ଡସ ଅଫ”

ଏବେବି ଜାଣି ନାହାନ୍ତି ନିଆଁ ଓ ପୋଷାକ ବ୍ୟବହାର

0 411

ନୂଆଦିଲ୍ଲୀ , –ସେଣ୍ଟିନେଲ ଜନଜାତିର ଅଧିକାର ସୁରକ୍ଷା ତଥା ଉନ୍ନତି ପାଇଁ କରି ସରକାର ଅନେକ ନୀତିନିୟମ ସମୟ ସମୟରେ ପ୍ରଣୟନ କରିଥାନ୍ତି । ଏସବୁ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ଦୃଢ ଭାବେ କାର୍ଯ୍ୟକାରୀ ତଥା ପ୍ରଣୟନ ହୋଇଥାଏ । ଏସବୁ ନୀତିନିୟମ ମଧ୍ୟରେ ରହିଛି, (1) ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (PAT) ଅଧିନିୟମ 1956, (2) ଅନୁସୂଚିତ ଜାତି ଓ ଜନଜାତି(ଅତ୍ୟାଚାର ନିରାକରଣ) ଅଧିନିୟମ, 1989, (3) ବିଦେଶୀ (ନିଷିଦ୍ଧାଅଞ୍ଚଳ) ନିର୍ଦ୍ଦେଶ, 1963, (4) ଭିସା ମାନୁଆଲ କଣ୍ଡିସନସ୍/ପାସପୋର୍ଟ ଅଧିନିୟମ 1920, (5) ଭାରତୀୟ ଜଙ୍ଗଲ ଅଧିନିୟମ, 1927 ଓ ବନ୍ୟପ୍ରାଣୀ (ସଂରକ୍ଷଣ) ଅଧିନିୟମ 1972 । ଏସବୁ ସହିତ ସେଣ୍ଟିନେଲମାନଙ୍କ ନିରାପତ୍ତା ପାଇଁ ନିଆ ଯାଉଥିବା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ହେଲା- ସଂପୂର୍ଣ୍ଣ ଉତ୍ତର ସେଣ୍ଟିନେଲ ଦ୍ୱୀପ ସହିତ 5 କିଲୋମିଟର ଉପକୂଳ ଅଞ୍ଚଳକୁ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି ।

ସେଣ୍ଟିନେଲମାନେ ଏବେ ବି ପୃଥକ ରହିବା ସହ ମୌଳିକ ଶୈଳୀରେ ଶିକାର ଓ ଖାଦ୍ୟ ସଂଗ୍ରହ କରୁଛନ୍ତି । ସରକାର ସେମାନଙ୍କ ଜୀବନଶୈଳୀକୁ ସମର୍ଥନ ଜଣାଇବା ସହ “ଆଇଜ ଅନ, ହ୍ୟାଣ୍ଡସ ଅଫ” ପ୍ରକ୍ରିୟା ଆପଣାଇ ସେଣ୍ଟିନେଲଙ୍କ ସଂରକ୍ଷଣ ଓ ନିରାପତା ପାଇଁ ଚେଷ୍ଟା କରୁଛି ।

ଉତ୍ତର ସେଣ୍ଟିନେଲ ଦ୍ୱୀପରେ ଜାହାଜ ମାଧ୍ୟମରେ ପଇଁତରା ମାରିବାକୁ ଏକ ପ୍ରୋଟୋକଲ ଜାରି ହୋଇଛି । ତଟରକ୍ଷା ବାହିନୀର ଜାହାଜ ଓ ଏୟାରକ୍ରାଫ୍ଟ ସାଙ୍ଗକୁ ମେରାଇନ ପୋଲିସର ବୋଟ ଉତ୍ତର ସେଣ୍ଟିନେଲ ଦ୍ୱୀପ ଚାରିପଟେ ପଇଁତରା ମାରିବା ସହ ନଜର ରଖିବ ।

ସ୍ଥଳଭାଗ ସହିତ ତଟବର୍ତ୍ତୀ ସମୁଦ୍ରର ଆଦିବାସୀ ଅଞ୍ଚଳ ସହ ଲାଗି ରହିଥିବା 1ରୁ 5 କିଲୋମିଟର ଅଞ୍ଚଳକୁ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ମାଛ, କଇଁଛ ଆଦି ସାମୁଦ୍ରିକ ସମ୍ପଦକୁ ସ୍ୱତନ୍ତ୍ର ଭାବେ ବିପନ୍ନ ଆଦିବାସୀ ସମୂହ ବ୍ୟବହାର କରିପାରିବେ । ଆଣ୍ଡାମାନ ଟ୍ରଙ୍କ ରୋଡରେ ଯାନବାହାନ ଚଳପ୍ରଚଳକୁ ନିୟନ୍ତ୍ରଣ କରି କନଭୟରେ ଛାଡ଼ିବାର ବ୍ୟବସ୍ଥା ହୋଇଛି । 2013ରେ ବଫର ଜୋନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଏଥିରେ ଜରୱା ଆଦିବାସୀ ସଂରକ୍ଷଣ ଅଞ୍ଚଳ (ସ୍ଥଳଭାଗରୁ ପାଞ୍ଚ କିଲୋମିଟର ଓ ଜଳଭାଗରୁ ଏକ କିଲୋମିଟର), ବଫର ଜୋନରେ ସମସ୍ତ ବାଣିଜ୍ୟିକ/ପର୍ଯ୍ୟଟନ କାର୍ଯ୍ୟକଳାପ ନିଷେଧ ହୋଇଛି । ପୁଲିସ, ବନ ବିଭାଗ ଓ ଆଣ୍ଡାମାନ ଆଦିନ ଜନଜାତି ବିକାଶ ସମିତି ତରଫରୁ ଜରୱା ଅଞ୍ଚଳରେ ମିଳିତ ପାଟ୍ରୋଲିଂ ହୋଇ ଶିକାରୀ ଓ ଅଣଆଦିବାସୀ ତତ୍ତ୍ଵଙ୍କୁ ଜରୱା ଜନଜାତି ଠାରୁ ଦୂରେଇ ରଖାଯାଏ । ଜରୱା ଆଦିବାସୀ ସଂରକ୍ଷଣ ଅଞ୍ଚଳ ପାଖରେ ଥିବା ତିରୁରରେ ଜଣେ ଏସଆଇ ଓ 10 କନେଷ୍ଟବଳଙ୍କୁ ନେଇ ପାଟ୍ରୋଲିଂ ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ ମୁତୟନ ହୋଇଛି । ତଟରକ୍ଷା ବାହିନୀର ଜାହାଜ ଓ ଏୟାରକ୍ରାଫ୍ଟ ସାଙ୍ଗକୁ ମେରାଇନ ପୋଲିସର ବୋଟ ଉତ୍ତର ସେଣ୍ଟିନେଲ ଦ୍ୱୀପ ଚାରିପଟେ ପଇଁତରା ମାରିବା ସହ ନଜର ରଖିବ ।

ସେଣ୍ଟିନେଲ ଓ ଜରୱା ଜନଜାତିଙ୍କ ସବିଶେଷ ଜନସଂଖ୍ୟା

ଜନଜାତିର ନାମ- ଜନସଂଖ୍ୟା

ଜରୱା-514(ଆଜି ପର୍ଯ୍ୟନ୍ତ)

ସେଣ୍ଟିନେଲ- 50 (2011 ଜନଗଣନା ଅନୁଯାୟୀ)

ବିଗତ ଦଶ ବର୍ଷରେ ସେଣ୍ଟିନେଲ ଓ ଜରୱା ଜନଜାତିଙ୍କ ସହ ହୋଇଥିବା ସଂଘର୍ଷର ତାଲିକା

1) ସେଣ୍ଟିନେଲ- 01

2) ଜରୱା- 19

ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀର ଏକ ପ୍ରଶ୍ନର ଉତ୍ତରରେ ଏହା ଲିଖିତ ଭାବେ ଲୋକସଭାକୁ ଜଣାଇଥିଲେ ।

Leave A Reply

Your email address will not be published.