‘ଶ୍ରୀପଞ୍ଚମୀ’ର ବିଶେଷ୍ୱତ

0 3,617

ଯେଉଁଦିନ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା, ସେହିଦିନଟି ଥିଲା ମାଘ ଶୁକ୍ଳ ପଞ୍ଚମୀ । ତାହା ‘ଶ୍ରୀପଞ୍ଚମୀ’ ଭାବରେ ପ୍ରସିଦ୍ଧ । କାରଣ ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ । ପୁଣି ସରସ୍ୱତୀ, ବୁଦ୍ଧି,ଐଶ୍ୱର୍ଯ୍ୟ, ଧର୍ମ ଓ ଅର୍ଥ ଆଦି ପୁରୁଷାର୍ଥ, ଅଣିମା ଓ ଲଘିମା ଆଦି ସିଦ୍ଧି ଏବଂ ସୌନ୍ଦର୍ଯ୍ୟ ଓ ମଙ୍ଗଳକୁ ମଧ୍ୟ ତାହା ବୁଝାଏ । ଏଣୁ ସରସ୍ୱତୀଙ୍କ ଆବିର୍ଭାବ ଦିବସ ମାଘ ଶୁକ୍ଳ ପଞ୍ଚମୀକୁ ‘ଶ୍ରୀପଞ୍ଚମୀ’ ରୂପେ ପାଳନ କରାଯାଏ । ସେହିଦିନ ସରସ୍ୱତୀଙ୍କର ବିଶେଷ ପୂଜା କରାଯାଏ ।

saraswati

ପୁରାଣକାରମାନେ ସରସ୍ୱତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରିଛନ୍ତି ।

ବ୍ରହ୍ମାଣ୍ଡ ପୁରାଣମତେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍‌ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍‌ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।ବାକ୍‌ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ । ବାକ୍ ନାମ୍ନୀ କନ୍ୟା ଅତ୍ୟନ୍ତ ସୁନ୍ଦରୀ । ସେ ନିଷ୍କାମ, କାମନାହୀନ

Leave A Reply

Your email address will not be published.