ସମୁଦ୍ରରେ ଗାଧୋଇଲେ ଚର୍ମ ପାଇଁ ବଢ଼ିପାରେ ବିପଦ

0 1,340

ସାନଫ୍ରାନସିକୋ: ଯଦି ବେଳାଭୂମିରେ ଛୁଟି କାଟିବାକୁ ଯାଉଛନ୍ତି ତେବେ ସମୁଦ୍ରର ପାଣିରେ ଗାଧୋଇବା ଓ ପହଁରିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ସତର୍କତା ଅବଲମ୍ବନ କରନ୍ତୁ । ସମୁଦ୍ରର ପାଣିରେ ପହଁରିବା, ଖେଳିବା ଓ ମଜା କରିବା ନୂତନ ଅନୁଭୂତି ଆଣିଥାଏ କିନ୍ତୁ ଏହାରି ଉପରେ ଏକ ନୂଆ ଗବେଷଣା ସାମ୍ନାକୁ ଆସିଛି । ସମୁଦ୍ର ପାଣିରେ ଗାଧୋଇଲେ ଓ ପହଁରିଲେ ଚର୍ମ, ମାଇକ୍ରୋବାୟୋମରେ ବଦଳିଯାଏ, ଯେଉଁଥିରେ କାନ ଓ ଶରୀର ସଂକ୍ରମଣ ହେବାର ସମ୍ଭାବନା ଥାଏ ।

ମାଇକ୍ରୋବାୟୋମରେ ପରିବର୍ତ୍ତନ ଅଥବା ସଂକ୍ରମଣ ପ୍ରତି ଅତିସମ୍ବେଦନଶୀଳ
ଆମେରିକାନ ସୋସାଇଟି ଫର ମାଇକ୍ରୋବାୟୋଲୋଜିର ବାର୍ଷିକ ସମ୍ମିଳନୀରେ ‘ଏଏସଏମ ମାଇକ୍ରୋବ-୨୦୧୯’ରେ ଏହି ରିସର୍ଚର ଫଳାପଳ ରଖାଯାଇଥିଲା । ଏହା ବିଷୟରେ ଗବେଷକ କହିଥିଲେ ଯେ ମାଇକ୍ରୋବାୟୋମରେ ପରିବର୍ତ୍ତନ ସଂକ୍ରମଣ ଅତିସଂବେଦନଶୀଳ ହୋଇପାରେ । କାଲ୍ଲିଫର୍ଣ୍ଣଆ ବିଶ୍ୱବିଦ୍ୟାଳୟରେ ପିଏଚଡି ଛାତ୍ର ଓ ଏହି ଅଧ୍ୟୟନର ଲିଡ ଅର୍ଥର ମାରିସା ଚେଟମ୍ୟାନ ନୀଲସନ କହିଛନ୍ତି, ‘ଆମ ତଥ୍ୟରେ ପ୍ରଥମ ଥର ପ୍ରଦର୍ଶନ କରାଯାଇଛି ସମୁଦ୍ରର ପାଣିର ସର୍ମ୍ପକରେ ଆସିଲେ ମନୁଷ୍ୟର ତ୍ୱଚାର ବିବିଧତା ଓ ସଂରଚନାରେ ପରିବର୍ତ୍ତନ ଆସିପାରେ, ଯାହା ପ୍ରତିରକ୍ଷା ପ୍ରଣାଳୀର କାର୍ଯ୍ୟ, ସ୍ଥାନୀୟକୃତ ଓ ପ୍ରଣାଳିଗତ ରୋଗ ବଢ଼ାଇବାରେ ଗୁରୁତ୍ୱ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ ।

ପେଟ ଜନିତ ରୋଗ, ଶ୍ୱାସର ରୋଗ, ସ୍କିନ ସଂକ୍ରମଣ
ଗବେଷକମାନେ ସମୁଦ୍ର ପାଣିର ସଂପର୍କରେ ଆସିଲେ ଗୈଷ୍ଟ୍ରୋଇଟେଷ୍ଟାଇନଲ ବା ପେଟ ଜନିତ ରୋଗ, ଶ୍ୱାସ ସଂପର୍କିତ ରୋଗ, କାନରେ ସଂକ୍ରମଣ ଓ ଚର୍ମ ସଂକ୍ରମଣ ହେବାର ସମ୍ଭାବନା ଥାଏ । ଏହି ଅଧ୍ୟୟନ ପାଇଁ ଗବେଷକମାନେ ବେଳାଭୂମିରେ ଥିବା ୯ଜଣ ବ୍ୟକ୍ତିଙ୍କୁ ଯାଂଚ କରିଥିଲେ ଯାହାଙ୍କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଗାଧୋଇବାକୁ ଦିଆଯାଇନଥିଲା । ଏହା ସହିତ ଧ୍ୟାନ ରଖାଯାଇଥିଲା ଯେ ସେମାନେ ଗତ ୬ ମାସ ମଧ୍ୟରେ କୌଣସି ଆଣ୍ଟିବାୟୋଟିକ ଔଷଧ ସେବନ କରିନଥିବେ ।

ଗାଧୋଇବା ପୂର୍ବରୁ ଓ ପରେ ନିଆଯାଇଥିବା ନମୁନାରୁ ହେଲା ସ୍ପଷ୍ଟ
ସମୁଦ୍ରର ପାଣିକୁ ଯିବା ପୂର୍ବରୁ ଏହି ଅଧ୍ୟୟନରେ ସାମିଲ ଥିବା ଏହି ପ୍ରତିଭାଗୀଙ୍କ ଗୋଡର ପଛପଟର ସ୍କିନ ର ନମୁନାକୁ କପାରେ ନେଇ ରଖାଯାଇଥିଲା । ଯେତେବେଳେ ସେମାନେ ସମୁଦ୍ରରେ ୧୦ ମିନିଟ ପହଁରି ବାହାରକୁ ଆସିଲେ ଓ ଶରୀର ଶୁଖି ସାରିଲା ପରେ ଏହାର ୬ ଘଣ୍ଟା ଓ ୨୪ ଘଣ୍ଟା ପରେ ପୁଣିଥରେ ସ୍କନର ନମୁନା ନିଆଯାଇଥିଲା । ଅଧ୍ୟୟନର ଫଳାଫଳରେ ଏହି କଥା ସାମ୍ନାକୁ ଆସିଲା ଯେ ସମୁଦ୍ରରେ ପହଁରିବା ପୂର୍ବରୁ ସମସ୍ତ ବ୍ୟକ୍ତି ଶରୀରରେ ଭିନ୍ନ ଭିନ୍ନ ପ୍ରକାରର କମ୍ୟୁନିଟିଜ ଥିଲେ । ମାତ୍ର ପହଁରିବା ପରେ ସମସ୍ତଙ୍କ ଶରୀରରେ ଗୋଟଏ ପ୍ରକାର କମ୍ୟୁନିଟିଜ ଥିଲା ।

Leave A Reply

Your email address will not be published.