ବେଆଇନ ହୁକ ପକାଇବାରେ ଭୟଙ୍କର ବିପଦ

BJD AD

ଭୁବନେଶ୍ୱର: ବେଆଇନ ଭାବେ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ମହାକାଳପଡ଼ାର ବିଜୟନଗର ଗ୍ରାମରେ ତିନି ମଇଁଷିର ମୃତ୍ୟୁ ଘଟିଛି । ସେହି ଗ୍ରାମର ବାସିନ୍ଦା ସଞ୍ଜୟ ଦାଶ ବାଉଁଶରେ ତିଆରି ଅସ୍ଥାୟୀ ଖୁଂଟ ଏବଂ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଗତକାଲି ଯେତେବେଳେ ଗ୍ରାମର ଟୁକୁନା ଦାସ ଓ ତାଙ୍କ ଭାଇ ନିଜ ମଇଁଷିମାନଙ୍କୁ ଚରାଇବା ଲାଗି ନେଉଥିଲେ ସେଥିରୁ ତିନିଟି ମଇଁଶି ତାରରେ ହୋଇଥିବା ଯୋଡ଼େଇ ସଂସ୍ପର୍ଶରେ ଆସିବା ଯୋଗୁଁ ବିଦ୍ୟୁତ୍ ଆଘାତ ପାଇ ସେମାନଙ୍କ ମୃତ୍ୟୁ ହୋଇଥିଲା । ଟୁକୁନାଙ୍କ ଭାଇ ଅଳ୍ପକେ ବର୍ତି ଯାଇଥିଲେ । ଏହି ଘଟଣା ପାଇଁ ସଂଜୟ ଦାଶଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି ।
ଏହା ପୂର୍ବରୁ ମେ’ ମାସରେ ବାଙ୍କି ନିକଟସ୍ଥ ଭେଡ଼ା ରାମଚନ୍ଦ୍ରପୁର ଗ୍ରାମରେ ଏକ ହାଇ ଭୋଲଟେଜ୍ ବିଦ୍ୟୁତ ବାଡ଼ ସଂସ୍ପର୍ଶରେ ଆସି ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେହି ଘଟଣାରେ ମଧ୍ୟ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନିଆଯାଇଥିଲା ।
ବିଦ୍ୟୁତ୍ ବଂଟନ କଂପାନିଙ୍କ ପରାମର୍ଶକୁ ଲୋକମାନେ ଶୁଣୁନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ୍ ସଂଯୋଗ ନେଲେ ସେଥିରେ ରହିଥିବା ବିପଦ ବିଷୟରେ ଲୋକମାନଙ୍କୁ ବୁଝାଇବା ଲାଗି ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଗଣ ସଚେତନତା ଅଭିଯାନ ଆୟୋଜନ କରୁଛି ।
“ଏହା କେବଳ ଅନୈତିକ ନୁହେଁ, ବରଂ ଅତ୍ୟନ୍ତ ଅସୁରକ୍ଷିତ ଏବଂ ବ୍ୟବହାରକାରୀ ଓ ସାଧାରଣ ଜନତାଙ୍କ ପ୍ରତି ସେଥିରୁ ବଡ଼ ଧରଣର ବିପଦ ରହିଛି । ଏଭଳି ବେଆଇନ ହୁକ ପକାଇ ବିଦ୍ୟୁତ୍ ଚୋରି କରିବା ଭଳି କାର୍ଯ୍ୟକଳାପଠାରୁ ଲୋକମାନେ ନିଶ୍ଚିତ ଦୂରେଇ ରହିବା ଦରକାର ଏବଂ ଉପଯୁକ୍ତ ଆବେଦନ ଜରିଆରେ ବିଦ୍ୟୁତ୍ ସେବା ସଂଯୋଗ ହାସଲ କରିବା ଉଚିତ । ଏହା ସମସ୍ତଙ୍କ ପାଇଁ ଏକ ସମସ୍ୟା ଏବଂ ଲୋକମାନେ ଏଭଳି କାର୍ଯ୍ୟକଳାପ ବିଷୟରେ ଆମକୁ ୯୪୩୭୧୫୮୬୭୦ ନମ୍ବରରେ ହ୍ୱାଟସ୍‌ଆପ୍ କରି କିମ୍ବା ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ରେ ଇ-ମେଲ୍ ପଠାଇ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍‌କୁ ବ୍ୟବହାର କରି ଆମକୁ ଜଣାଇ ଲୋକମାନଙ୍କ ଏବଂ ଗୃହପାଳିତ ପଶୁଙ୍କ ଜୀବନ ବଚାଁନ୍ତୁ । ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିପିସିଓଡିଏଲ୍‌ର ପ୍ରବକ୍ତା କହିଛନ୍ତି ।’’

Comments are closed, but trackbacks and pingbacks are open.