ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର(ଆରସି) ନବୀକରଣ ସମୟରେ ଫି ଛାଡ କରିବା ପାଇଁ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ବିଜ୍ଞପ୍ତି ଜାରି

0

ପୋଷ୍ଟ କରାଯିବା ଦିନାଙ୍କ: ୦୧ ଔଟଘ ୨୦୨୧ ୧୦:୪୫ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ମେ’ ମାସ ୨୭ତାରିଖରେ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ କେତେକ ସଂଶୋଧନ କରାଯାଇ ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର (ଆର.ସି.) ନବୀକରଣ କ୍ଷେତ୍ରରେ କିଛି ସୁବିଧା ପ୍ରଦାନ ବ୍ୟବସ୍ଥା ରହିଛି ।

ଏହି ଚିଠା ବିଜ୍ଞପ୍ତି ଅନୁସାରେ ବ୍ୟାଟେରୀ ଚାଳିତଯାନର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନବୀକରଣ ସମୟରେ ଫି ଦେବାକୁ ପଡିବ ନାହିଁ । ଉଭୟ ନବୀକରଣ ଓ ନୂଆ ରେଜିଷ୍ଟ୍ରେସନ ମାର୍କ ପ୍ରଦାନ କ୍ଷେତ୍ରରେ ବ୍ୟାଟେରୀ ଚାଳିତ ଯାନ ଫି ମୁକ୍ତ ରହିବ । ଇ-ମୋବିଲିଟିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ଚିଠା ବିଜ୍ଞପ୍ତି ପ୍ରକାଶ ପାଇବାର ଏକ ମାସ ମଧ୍ୟରେ ସର୍ବସାଧାରଣ ଓ ସମ୍ପୃକ୍ତ ସମସ୍ତ ପକ୍ଷ ନିଜର ମତାମତ ଏବଂ ପ୍ରତିକ୍ରିୟା ଦାଖଲ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.