ଟାଇମ୍ସ ନାଓ-ଭିଏମଆର ସର୍ଭେ : ଏନଡିଏକୁ ମିିଳିବ ବହୁମତ, ଓଡ଼ିଶାରେ ବିଜେପି ୧୨ଟି ଆସନ ଜିତିବ

0 1,513
ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ଭିଏମଆର ସର୍ଭେ । ଏହି ସର୍ଭେରେ କୁହାଯାଇଛି ଯେ ଏନଡିଏ ୨୭୯ଟି ଆସନ ଜିତିବ ଓ ବିରୋଧୀ ୟୁପିଏ ମୋଟ ପ୍ରାୟ ୧୪୯ଟି ଆସନ ଜିଣିବ । ଅନ୍ୟମାନେ ପ୍ରାୟ ୧୧୫ଟି ଆସନ ଜିଣିବେ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏନଡିଏ ଉତ୍ତରପ୍ରଦେଶରେ ୫୦ଟି ଆସନ ଜିଣିବାକୁ ସକ୍ଷମ ହେବ ଓ ସପା-ବସପା ମେଣ୍ଟ ୨୭ଟି ଆସନରେ ସନ୍ତୁଷ୍ଟ ରହିବ । ଓଡ଼ିଶାରେ ବିଜେପି ୧୨ଟି , ବିଜେଡ଼ି ୮ଟି ଆସନ ଓ କଂଗ୍ରେସ ୧ଟି ଆସନ ଜିଣିବାକୁ ସକ୍ଷମ ହେବେ । ୨୦୧୪ରେ ରାଜ୍ୟରେ ବିଜେଡି ୨୦ଟି ଆସନ ଓ ବିଜେପି ୧ଟି ଆସନ ଜିଣିଥିଲା । ସେହିପରି ପଶ୍ଚିମ ବଙ୍ଗରେ ଏନଡିଏ ୯ଟି ଓ ତୃଣମୂଳ କଂଗ୍ରେସ ୩୪ଟି ଆସନ ଜିଣିବାରେ ସକ୍ଷମ ହେବ ।

କିନ୍ତୁ ତାମିଲନାଡ଼ୁରେ ୟୁପିଏ ଆଗୁଆ ରହିବ । ରାଜ୍ୟରେ ଯୁପିଏକୁ ୩୩ଟି ଓ ଏନଡିଏକୁ ୬ଟି ଆସନ ମିଳିବ ।  ସେହିପରି କେରଳରେ ଏନଡିଏକୁ ମାତ୍ର ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି  ।   ଏହି ଦକ୍ଷିଣ ରାଜ୍ୟରେ କଂଗ୍ରେସ ନେତୃତ୍ବାଧୀନ ଯୁଡିଏଫକୁ ସର୍ବାଧିକ ୧୭ ଟି ଆସନ ମିଳିବ ।

Leave A Reply

Your email address will not be published.