ନୂଆଦିଲ୍ଲୀ – କରୋନା ଯୋଗୁଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ -ୟୁଜିସି ପକ୍ଷରୁ ଶିକ୍ଷାବର୍ଷ କାର୍ଯ୍ୟସୂଚୀ ଓ ପରୀକ୍ଷା ସମ୍ପର୍କୀତ ନୂତନ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଯେଉଁ ରାଜ୍ୟରେ କରୋନାର ପ୍ରାର୍ଦୁଭାବ ହ୍ରାସ ପାଇଛି ସେଠାରେ ଆସନ୍ତା ଜୁଲାଇ ମାସରୁ ପରୀକ୍ଷା ଆରମ୍ଭ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ଏହାଛଡା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ତଥା ପରୀକ୍ଷା ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ପ୍ରତି ବିଶ୍ୱବିଦ୍ୟାଳୟରେ ଏକ କରୋନା ପ୍ରକୋଷ୍ଠ ଖୋଲାଯିବ ଓ ଏହି ପ୍ରକୋଷ୍ଠ ସମସ୍ତ ନିଷ୍ପତି ଗ୍ରହଣ କରିବା ପାଇଁ କ୍ଷମତାପନ୍ନ
ହେବ ।
ମାର୍ଗଦର୍ଶିକା ଅନୁସାରେ ଆସନ୍ତା ଅଗଷ୍ଟ ପହିଲାରୁ ମହାବିଦ୍ୟାଳୟ ଖୋଲିବ ଏବଂ ସେବେଠାରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖାପ୍ରକ୍ରିୟା ଆରମ୍ଭ ହେବ । ଏହି ପରିପେକ୍ଷୀରେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀର ଅରୁଣ ସାହୁ କହିଛନ୍ତି, ୟୁଜିସି ଗାଇଡ୍ଲାଇନ ଅନୁସାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ ଏବଂ ଜୁନ ୧୭ତାରିଖ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି ।