ଚିକିତ୍ସାଧୀନ ଅବସ୍ଥାରେ ଉନ୍ନାଓ ପୀଡିତାଙ୍କର ମୃତ୍ୟୁ – ଦୁଷ୍କର୍ମ ଅଭିଯୁକ୍ତମାନେ ପୋଡି କରିଥିଲେ ହତ୍ୟା ଉଦ୍ୟମ

0 2,140

ନୂଆଦିଲ୍ଲୀ – ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଉନ୍ନାଓରେ ଗତ ଗୁରୁବାରରେ ଗଣ ଦୁଷ୍କର୍ମ ଅଭିଯୁକ୍ତମାନେ ପୀଡିତାଙ୍କୁ ପୋଡି କରି ହତ୍ୟା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୌରୁ ବିମାନ ଯୋଗେ ଦିଲ୍ଲୀ ଚିକିତ୍ସା ପାଇଁ ଅଣାଯାଇଥିଲା ।

ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତମାନେ ତାଙ୍କୁ ଯୌନଦାସୀ କରି ରଖିଥିଲେ । ପରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ ସହ ପରିବାର ଲୋକଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ପ୍ରଥମେ ପୁଲିସ ଅଭିଯୋଗ ବି ରଖି ନଥିଲା । ପରେ କୋର୍ଟଙ୍କୁ ଆଦେଶରେ ମାମଲା ରୁଜୁ ହୋଇଥିଲା । ମାତ୍ର ଅଭିଯୁକ୍ତ ଜାମିନରେ ମୁକୁଳିବା ପରେ ପୀଡିତାଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ଚାପ ପକାଇଥିଲେ । ସେ ମନା କରିଦେବାରୁ ତାଙ୍କୁ ଛୁରି ଭୁଷିବା ସହ ପେଟ୍ରଲ ଢାଳିବା ନିଆଁ ଲଗାଇ ଦେଇଥିଲେ । ଏବେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Leave A Reply

Your email address will not be published.