ଆମେରିକାର ସପିଂ ମଲରେ ଗୁଳିକାଣ୍ଡ, ୨୦ ମୃତ

0 997

ଅଲ ପାସୋ: ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ରାଜ୍ୟର ଏକ ସପିଂ ମଲରେ ଶନିବାର ଗୁଳିକାଣ୍ଡ ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଗୁଳିକାଣ୍ଡରେ ୨୬ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଲ ପାସୋର ମେୟରଙ୍କ ମୁଖ୍ୟ ଅଧିକାରୀ ଓଲିଭିଆ ଜିପେଡାଙ୍କ ସୂତରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡରେ ବହୁ ଲୋକଙ୍କର ମୃତ୍ୟୁ ଘଟିଛି ।
ଘଟଣା ପରେ ୨୧ ବର୍ଷିଅ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୧୮ ଜଣଙ୍କ ଦେହରେ ଗୁଳି ବାଜିଛି, ମାତ୍ର କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଭାବରେ କୁହାଯାଇ ନାହିଁ । ଘଟଣାକୁ ନେଇ ଟେକ୍ସାସ ଗଭର୍ଣ୍ଣର କହିଛନ୍ତି, ଏହା ଟେକ୍ସାସ ଇତିହାସରେ ଅନ୍ୟତମ ଗୁଳିକାଣ୍ଡ । ଏହା ପୂର୍ବରୁ ୧୯୮୪ରେ ସୈନ ୟାସିଡୋରେ ଗୁଳିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଗୁଳିକାଣ୍ଡକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ରମ୍ପ ଟୁଇଟ କରି ଲେଖିଛନ୍ତି, ଏହି ଘଟଣା ବହୁ ଦୁଃଖ ଦାୟକ ଏବଂ ଏଥିରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଛି । ସେ କହିଛନ୍ତି ଯେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.